ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ, ନୂଆ ଓଡିଶା ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଭିକେ ପାଣ୍ଡିଆନ୍‌

Published By : Prameya-News7 Bureau | May 22, 2024 IST

ଭୁବନେଶ୍ୱର ୨୨।୦୫ : ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ । ନୂଆ ଓଡିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡି ଇସ୍ତାହାରରେ ଦିଆଯାଇଛି ପ୍ରତିଶୃତି ପୂରଣ କରାଯିବ । ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପ୍ରେସମିଟ୍‌ ଜରିଆରେ କହିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ Bsky ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯନ୍ତ ଋଣ  ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଲୋନ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତି ରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ  ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ର ବୃତ୍ତି ପ୍ରଦାନ କରାଯିବ। ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ମଧ୍ୟଵିତ୍ତ ଆଗକୁ ବଢ଼ିଲେ ସର୍ଭିସ୍ ସେକ୍ଟର ଆଗକୁ ବଢ଼ିବ। ରାଜ୍ୟ ଆଗକୁ ବଢିବ। ରାଜ୍ୟର ଅର୍ଥନୈତିକ ବିକାଶ ହେବ। ଏଥିପାଇଁ ମଧ୍ୟବିତ୍ତଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.