ସମ୍ବଲପୁରରେ ମନ୍ତ୍ରୀ ଗିରିରାଜ ସିଂହ, ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ କରିବେ ପ୍ରଚାର

Published By : Prameya-News7 Bureau | May 22, 2024 IST

ଝାରସୁଗୁଡା ୨୨।୫: ସମ୍ବଲପୁରରେ ନିର୍ବାଚନ ପ୍ରଚାରରେ ଭାଗ ନେବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ବଲପୁର, ବୁର୍ଲା ଓ ହୀରାକୁଦରେ ଆୟୋଜିତ ୪ଟି ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ।

ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ଗିରିରାଜ ସମ୍ବଲପୁର ଅଭିମୁଖେ ଯିବା ପୂର୍ବରୁ ଏଥର ରାଜ୍ୟରେ ବିଜେପି ସରକାର ନିଶ୍ଚିତ ବୋଲି କହିବା ସହ କେନ୍ଦ୍ର ସରକାର ଗଠନରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ବୋଲି କହିଥିଲେ । ଗିରିରାଜଙ୍କୁ ବିମାନବନ୍ଦରରେ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ ।

You Can Read :

ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ନବୀନଙ୍କ ଭୋଟ୍ ଅପିଲ୍, ସମ୍ବଲପୁରୀ ଭାଷାରେ କଲେ ଅନୁରୋଧ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.