ଗାଡ଼ିରୁ ଜବତ ହେଲା ମଦ ସହ ୧୮ ହଜାର ଟଙ୍କା, ଚେକିଂ ବେଳେ ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ

Published By : Prameya-News7 Bureau | May 21, 2024 IST

ଆଠଗଡ଼: ନିର୍ବାଚନ ପାଇଁ ଗଠନ ହୋଇଥିବା ସ୍ଵତନ୍ତ୍ର ସ୍କ୍ବାଡଙ୍କ ଚେକିଂ ବେଳେ ଏକ କାର୍‌ରୁ ଜବତ ହେଲେ ୩ ପେଟି ମଦ ସହ ୧୮ ହଜାର ଟଙ୍କା । ତେବେ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍କ୍ବାଡର ଟିମ।

ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡିଝାଟିଆ ଛକଠାରେ। ନିର୍ବାଚନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଓ ପୋଲିସର ମିଳିତ ଯାଞ୍ଚବେଳେ ଗାଡ଼ିରୁ ମିଳିଥିଲା ଏହି ମଦ ସହିତ ୧୮ ହଜାର ଟଙ୍କା । ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଗୁରୁଡ଼ିଝାଟିଆ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.