କ'ଣ ପ୍ରେଗନେଣ୍ଟ ଅଛନ୍ତି କ୍ୟାଟ୍ରିନା ! ବିଦେଶରେ ସ୍ଵାମୀ ସହ ବିତାଉଛନ୍ତି କ୍ଵାଲିଟି ଟାଇମ୍

Published By : Prameya-News7 Bureau | May 21, 2024 IST

ମୁମ୍ଵାଇ ୨୧।୦୫: ବଲିଉଡ୍‌ର ପାୱାରଫୁଲ କପଲ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ। ଦୁହିଁଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ। ବର୍ତ୍ତମାନ ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହି ଭିଡିଓ ଲଣ୍ଡନରୁ ଆସିଛି। ଏଥିରେ ଭିକି ଏବଂ କ୍ୟାଟ୍ରିନା ହାତ ଧରି ଉଭୟ ରାସ୍ତାରେ ବୁଲୁଛନ୍ତି। ଏତିକି ନୁହେଁ ପ୍ରଶଂସକମାନେ ପୁଣି ଥରେ କ୍ୟାଟ୍ରିନାଙ୍କ ଗର୍ଭବତୀ ଖବର ପ୍ରଚାର କରୁଛନ୍ତି।



ଏହି ଭିଡିଓରେ କ୍ୟାଟ୍ରିନା ଏବଂ ଭିକି ଲଣ୍ଡନ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଭିକି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଏକ କଳା ରଙ୍ଗର ଓଭରସାଇଜ୍ କୋଟ୍ ପିନ୍ଧିଛନ୍ତି । ଅଭିନେତ୍ରୀ ପିନ୍ଧିଥିବା ଓସାରିଆ କୋଟ୍ ବହୁତ ଲମ୍ବା। ଭିକି ଅଭିନେତ୍ରୀଙ୍କ ହାତ ଧରି ତାଙ୍କୁ ଯତ୍ନ ସହକାରେ ନେଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ୟୁଜର୍ସମାନେ କମେଣ୍ଟରେ କ୍ୟାଟ୍ରିନାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି କହିବାକୁ ଗଲେ କ୍ୟାଟ୍ରିନାଙ୍କୁ କିଛି ଦିନ ହେବ କୌଣସି ଇଭେଣ୍ଟରେ ଦେଖିବାକୁ ମିଳି ନଥିଲା। ଭିକିଙ୍କ ଜନ୍ମଦିନରେ ଅଭିନେତ୍ରୀ ସେୟାର କରିଥିବା ଫଟୋରେ ମଧ୍ୟ ସେ ନିଜେ ଦେଖିବାକୁ ମିଳିନଥିଲେ



ଅଭିନେତ୍ରୀଙ୍କୁ ଚଳିତ ବର୍ଷ ଜାନୁଆରୀରେ 'ମେରୀ ଖ୍ରୀଷ୍ଟମାସ'ରେ ପରଦାରେ ଦେଖିବାକୁ ମିଳିଥିଲା। ଏହା ପରେ ଅଭିନେତ୍ରୀଙ୍କ କୌଣସି ଫିଲ୍ମ ବିଷୟରେ ଆଲୋଚନା ହୋଇନାହିଁ କି ନୂଆ ଫିଲ୍ମ ଆସି ନାହିଁ । କେବଳ ଏତିକି ନୁହେଁସେ ତାଙ୍କର କୌଣସି ନୂତନ ଫଟୋ ମଧ୍ୟ ସେୟାର କରି ନାହାଁନ୍ତି। ଯାହା ପରେ ପ୍ରଶଂସକମାନେ ନା ନା କଳ୍ପନାଜଳ୍ପନା କରୁଛନ୍ତି 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.