ବରଗଡ ୨୦/୦୫: ଚାଲିଛି ଭୋଟ, ଗଡିଲା ମୁଣ୍ଡ । ନିର୍ବାଚନ ବେଳେ ଛୁରାମାଡରେ ଜଣେ ମୃତ । ବରଗଡ଼ ବରଗଡ଼ ସରସରା ଗାଁରେ ନିର୍ବାଚନୀ ହିଂସା । ହିଂସାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଲର ବିଶ୍ବନାଥ ମିର୍ଦ୍ଧା । ସେପଟେ ଛୁରାମାଡ ପରେ ଅଭିଯୁକ୍ତି ଫେରାର୍ ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ରାଜ୍ୟରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ଏହାରି ଭିତରେ ନଜର ଆସିଛି ଅପରାଧର ଖବର । ତେବେ ଛୁରାମାଡର ପଛରେ କାରଣ କଣ ରହିଛି ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ ଘଟଣା ।