ସୁନାବେଡା ଅଭୟାରଣ୍ୟରେ ମାଓ କ୍ୟାମ୍ପ୍, ଦେଶୀ ପିସ୍ତଲ ସହ ବିପୁଳ ପରିମାଣର ୨ ହଜାର ଟଙ୍କିଆ ଜବତ

Published By : Prameya-News7 Bureau | May 21, 2024 IST

ନୂଆପଡା ୨୧।୫: ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଶିବନାରାୟଣପୁର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ଏହି କ୍ୟାମ୍ପ୍‌ରୁ ଦେଶୀ ପିସ୍ତଲ ସହ ବିପୁଳ ପରିମାଣର ଦୁଇ ହଜାର ଟଙ୍କିଆ ନୋଟ୍ ଜବତ ହୋଇଛି । ଜବତ ନୋଟ୍‌ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ତିନି ଦିନ ହେଲା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ସୋମବାର ମାଓବାଦୀ ଓ SOG ଯବାନ ମୁହାଁମୁହିଁ ହେବା ସହ ଗୁଳିବିନିମୟ ହୋଇଥିଲା । ମାଓ ଗୁଳିରେ ପ୍ରକାଶ ସାଇ ନାମକ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ମାଓବାଦୀ ଛତ୍ରଭଙ୍ଗ ଦେବା ପରେ ସେହି ଅଞ୍ଚଳରୁ ଅନେକ ମାଓ ସାମଗ୍ରୀ ମିଳିଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଏକ ପ୍ରେସ୍‌ନୋଟ୍‌ ମାଧ୍ୟମରେ ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

You Can Read :

ଚମ୍ପୁଆରେ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରଚାର, 'ମା’ମାନଙ୍କ ଯିବାଆସିବା ପାଇଁ ୫ ଟଙ୍କାରେ ସୁବିଧା କରିଛନ୍ତି ରାଜ୍ୟ ସରକାର'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.