ସନ୍ୟାସ ନେବା ପରେ ବି ଗୀତ ଗାଇବା ଜାରି ରଖିବେ ଅରିଜିତ, ଏଭଳି ନିଷ୍ପତ୍ତି ପଛର ଅସଲ କାରଣ କହିଲେ ଗାୟକ

NEWS7
odisha-eow-arrests-bijayananda-bhuyan-in-2-crore-fraud-case-

ନୂଆଦିଲ୍ଲୀ ୨୮।୦୧; 'ଆଚ୍ଛା ଚଲତା ହୁଁ ଦୁଆଓଁ ମେଁ ୟାଦ୍ ରଖନା' ଏବଂ 'ଖୈରିୟତ ପୁଛୋ କଭି ତୋ'… ଏଭଳି ପ୍ରସିଦ୍ଧ ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇଥିବା ପ୍ଲେବ୍ୟାକ୍ ଗାୟକ ଅରିଜିତ ସିଂହ। ଏବେ ସେ ପ୍ଲେବ୍ୟାକ୍ ସିଙ୍ଗିଂରୁଅବସର ନେଇଛନ୍ତି। ଏବେ ଆଉ କେହି ପ୍ଲେବ୍ୟାକ୍ ଗୀତରେ ଅରିଜିତଙ୍କ ଦମଦାର, ଇମୋସନାଲ କଣ୍ଠସ୍ୱର ଶୁଣିବାକୁ ପାଇବେ ନାହିଁ।ଅରିଜିତଙ୍କ ପ୍ଲେବ୍ୟାକ୍ କ୍ୟାରିୟର ହଠାତ୍ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଶେଷ ହୋଇଛି। ଠିକ୍ ଯେତେବେଳେ ତାଙ୍କ ପ୍ରଶଂସକମାନେ ବ୍ୟାକଟୁ ବ୍ୟାକ୍ ଚାର୍ଟବଷ୍ଟର ଗୀତ: "ଗେହରା ହୁଆ", "ଘର କବ୍ ଆଓଗେ" ସହ ଅପକମିଂ ଅଛି ଗଲୱାନ ମୁଭିର "ମାତୃଭୂମି" ସଙ୍ଗ୍। ଏହି ଖବର ସମଗ୍ର ଇଣ୍ଡଷ୍ଟ୍ରିକୁ ଭାବପ୍ରବଣ କରିଦେଇଛି ଏବଂ ପ୍ରଶଂସକମାନେ ଶକ୍ ହୋଇଯାଇଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅରିଜିତ ଏହି ନିଷ୍ପତ୍ତି କାହିଁକି ନେଇଥିଲେ।

ଅରିଜିତ କାହିଁକି ଛାଡିଲେ ପ୍ଲେବ୍ୟାକ୍ ସିଙ୍ଗିଂ?

ଚଳିତ ବର୍ଷ ଅରିଜିତଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଥିଲା । ହେଲେ ସେ କୌଣସି ନୂତନ ପ୍ରୋଜେକ୍ଟ ସାଇନ୍ କରୁନାହାଁନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରିଥିଲେ। ପ୍ରଥମେ, ଅରିଜିତ ତାଙ୍କ X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ, ତା'ପରେ ଇନଷ୍ଟାଗ୍ରାମରେ, ଘୋଷଣା କରିଥିଲେ ଯେ ସେ ଆଉ ପ୍ଲେବ୍ୟାକ୍ ଗୀତ ଗାଇବେ ନାହିଁ। ପରବର୍ତ୍ତୀ ଟ୍ୱିଟରେ, ଅରିଜିତ ଏହି ହଠାତ୍ ନିଷ୍ପତ୍ତି ପଛର କାରଣ ବ୍ୟାଖ୍ୟା କରିଥିଲେ।

ସେ ତାଙ୍କ X ଆକାଉଣ୍ଟରେ ଲେଖିଛନ୍ତି, "କେବଳ ଗୋଟିଏ କାରଣ ନାହିଁ, ଅନେକ କାରଣ ଅଛି। ମୁଁ ବହୁତ ଦିନ ହେବ ଏହା କରିବାକୁ ଚେଷ୍ଟା କରୁଛି। ଶେଷରେ ମୁଁ ସାହସ ଜୁଟାଇ ଆଗକୁ ବଢିଲି। ଗୋଟିଏ କାରଣ ସରଳ- ମୁଁ ବହୁତ ଶୀଘ୍ର ବୋର ହୋଇଯାଏ। ସେଥିପାଇଁ ମୁଁ ମଞ୍ଚରେ ସମାନ ଗୀତ ଗୁଡ଼ିକୁ ବିଭିନ୍ନ ଆରେଞ୍ଜମେଣ୍ଟରେ ପରିବେଷଣ କରେ। ତେଣୁ, କଥା ହେଉଛି, ମୁଁ ବିରକ୍ତ ଓ ବୋର ହୋଇଯାଏ। ମୋତେ ଅନ୍ୟ କିଛି ସଙ୍ଗୀତ କରିବାକୁ ପଡିବ ଯେଉଁଥି ପାଇଁ ମୁଁ ବଞ୍ଚିପାରିବି। ଆଉ ଏକ କାରଣ ହେଉଛି ମୁଁ ନୂଆ ସିଙ୍ଗରମାନଙ୍କୁ ଉଭା ହେବାର ଦେଖି ପ୍ରକୃତ ପ୍ରେରଣା ପାଇବାକୁ ଚାହୁଁଛି।

 

ସେ ଆହୁରି ଲେଖିଛନ୍ତି, "ଭଗବାନ ମୋ ପ୍ରତି ବହୁତ ଦୟାଳୁ ଅଛନ୍ତି। ମୁଁ ଭଲ ସଙ୍ଗୀତର ଜଣେ ପ୍ରଶଂସକ ଏବଂ ମୁଁ ନିଜେ ଜଣେ ଛୋଟ କଳାକାର ଭାବରେ ଅଧିକ ଶିଖିବି ଏବଂ ଅଧିକ କରିବି। ସମସ୍ତଙ୍କ ସମର୍ଥନ ପାଇଁ ପୁଣି ଥରେ ଧନ୍ୟବାଦ। ମୋର ଏବେ ବି କିଛି ପ୍ରତିଶ୍ରୁତି ପୂରଣ କରିବାକୁ ବାକି ଅଛି। ମୁଁ ସେଗୁଡ଼ିକୁ ଶେଷ କରିବି। ମୁଁ ସ୍ପଷ୍ଟ କରି ଦେଉଛି, ମୁଁ ସଙ୍ଗୀତ ତିଆରି କରିବା ଛାଡିବି ନାହିଁ।"

 


କହିବାକୁ ଗଲେ ଅରିଜିତଙ୍କ ଅବସର ନେଇଛନ୍ତି ସତ ହେଲେ ଗୀତ ଗାଇବା କିମ୍ବା ସଙ୍ଗୀତ ଶିଳ୍ପରୁ ଅବସର ନେଇନାହାଁନ୍ତି। ସେ କେବଳ ଜଣେ ପ୍ଲେବ୍ୟାକ୍ ଗାୟକ ଭାବରେ ଗୀତ ଗାଇବେ ନାହିଁ। ଚଳଚ୍ଚିତ୍ର ବାହାରେ ଗୀତ ଏବଂ ସଙ୍ଗୀତରେ କାମ ଜାରି ରଖିବେ।