ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ସମୟ ଦେଇଥିଲେ। ଏହି ସମୟର ଅବଧି ଧିରେ ଧିରେ ଶେଷ ହେବାରେ ଲାଗିଛି। ଏବେ ପୁଣି ଥରେ ଟ୍ରମ୍ପ ଧମକ ଦେଇଛନ୍ତି। ତାଙ୍କର ଏହି ଧମକରେ ଟ୍ରମ୍ପ ନିଜର ଶାଳୀନତା ଭୁଲି ଅପଶବ୍ଦ ପ୍ରୟୋଗ କରିଛନ୍ତି। ସେ ରାଗରେ ଜର୍ଜରିତ ହୋଇ କହିଛନ୍ତି, ଯଦି ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲେ, ତେବେ ମଙ୍ଗଳବାର ଏହାର ପାଓ୍ଵାର ପ୍ଲାଣ୍ଟ ଓ ପୋଲ ଉପରେ ହମଲା କରାଯିବ। ଟ୍ରମ୍ପ ଏହି ଦିନକୁ ପାଓ୍ଵାର ପ୍ଲାଣ୍ଟ ଓ ବ୍ରିଜ ଡେର ନାଁ ଦେଇଛନ୍ତି।

ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଛନ୍ତି, ମଙ୍ଗଳବାର ଇରାନରେ ପାଓ୍ଵାର ପ୍ଲାଣ୍ଟ ଦିବସ ଏବଂ ପୋଲ ଦିବସ ସହିତ ପାଳନ କରାଯିବ। ଏମିତି କେବେ ପୂର୍ବରୁ ଘଟି ନାହିଁ। ପାଗଳ ଲୋକ ହର୍ମୁଜ ପ୍ରଣାଳୀ ଖୋଲି ଦିଅ ନଚେତ୍ ନର୍କକୁ ଯିବ, ଦେଖି ଚାଲ ! ଆଲ୍ଲାକୁ ପ୍ରାର୍ଥନା କର।

ଇରାନରେ ଧ୍ଵଂସର ତାଣ୍ଡବ ରଚିବ ଆମେରିକା- ଟ୍ରମ୍ପ

ଟ୍ରମ୍ପ ଏପ୍ରିଲ ୪ ତାରିଖ ରାତିରେ ଇରାନକୁ ମନେ ପକାଇ ଦେଇଥିଲେ ଯେ, କୌଣସି ଏକ ଚୁକ୍ତିନାମାରେ ପହଞ୍ଚିବା ଏବଂ ହର୍ମୁଜ ଖୋଲିବା ପାଇଁ ୧୦ ଦିନର ସମୟ ଦେଇଥିଲି। ସମୟ କ୍ଷୀପ୍ର ଗତିରେ ଅତିବାହିତ ହୋଇ ଚାଲିଛି। ୪୮ ଘଣ୍ଟା ପରେ ଆମେରିକା ଇରାନ ଉପରେ ଭୟଙ୍କର ଆକ୍ରମଣ କରିବ।

Also Read: Iranରେ ଶତ୍ରୁ କବଳରୁ ୪୮ ଘଣ୍ଟା କିପରି ଲୁଚି ରହିଥିଲେ ଆମେରିକୀୟ ପାଇଲଟ?

ଇରାନକୁ ୧୦ ଦିନ ସମୟ ଦିଆଯାଇଥିଲା: ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ପୂର୍ବରୁ କହିଥିଲେ ଯେ ଇରାନ ଏହାର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନ କରିବାକୁ ସାତ ଦିନର ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା। କିନ୍ତୁ ସେ ଏହି ସମୟସୀମାକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ଯାହା ଏପ୍ରିଲ ୬ ତାରିଖରେ ଶେଷ ହେଉଛି। ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ତେହେରାନ ଅଧିକାରୀମାନେ ତାଙ୍କ ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ ଏବଂ କୂଟନୈତିକ ଆଲୋଚନାର ଅଂଶ ଭାବରେ ଅଧିକ ସମୟ ଅନୁରୋଧ କରିଥିଲେ।

ଯୁଦ୍ଧବିରତି ପ୍ରୟାସ ବିଫଳ

ଗତ ୧୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ପାଇଁ ପ୍ରୟାସ କରାଯାଇଛି। ଏହି ଆଲୋଚନା ସିଧାସଳଖ ଭାବରେ କରାଯାଇନଥିଲା, ବରଂ ପାକିସ୍ତାନ, ଇଜିପ୍ଟ ଏବଂ ତୁର୍କୀ ଭଳି ଦେଶ ମାଧ୍ୟମରେ କରାଯାଇଥିଲା। ଲକ୍ଷ୍ୟ ଥିଲା ଯୁଦ୍ଧ ରୋକିବା ଏବଂ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହାସଲ ହୋଇନାହିଁ। ହରମୁଜ୍ ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ, ଯାହା ବିଶ୍ୱର ପ୍ରାୟ ୨୦ ରୁ ୩୦ ପ୍ରତିଶତ ତୈଳ ଯୋଗାଣ କରେ।

Also Read: ନର୍କର ଦ୍ୱାରରୁ କେମିତି ଖସିଆସିଲେ ଆମେରିକା ପାଇଲଟ୍, ୩୬ ଘଣ୍ଟା ଅପରେସନର ସଫଳତା କହିଲା ପେଣ୍ଟାଗନ୍