କଲଭର୍ଟ ଭାଙ୍ଗି ଖସିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | April 27, 2024 IST

ବୈପାରୀଗୁଡା ୨୭।୪: ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ଦୁର୍ଘଟଣା l କଲଭର୍ଟ ଭାଙ୍ଗି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି l ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ l ଫଳରେ ୧୩ ଖଣ୍ଡ ଗାଁକୁ ଯାତାୟତ ବାଧାପ୍ରାପ୍ତ ହୋଇଛି l 

କିଛି ବର୍ଷ ପୂର୍ବେ ରାସ୍ତା ନିର୍ମାଣ ସମୟରେ ଗ୍ରାମବାସୀ ପକ୍ଷରୁ ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଥିଲା l କିନ୍ତୁ ଠିକାଦାର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ କେହି ଶୁଣି ନଥିଲେ l ହେଲେ ଏବେ କିନ୍ତୁ  କଲଭର୍ଟ ସମ୍ପୂର୍ଣ୍ଣ ଭାଙ୍ଗିଗଲା l ଏଭଳି ଅଘଟଣ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୁଦଯୋଡି ରାସ୍ତାରେ ଦେଖିବାକୁ ମିଳିଛି l 

ରାସ୍ତା କାର୍ଯ୍ୟ ନିମନ୍ତେ ବଜୁରୀ ବୋଝେଇ ଟ୍ରକ ବୈପାରୀଗୁଡା ଠାରୁ ଫୁଲଡ଼ବା ଅଭିମୁଖେ ଯାଉଥିଲା । ହେଲେ ଦୁଦଯୋଡି ନିକଟରେ କଲଭର୍ଟ ଭାଙ୍ଗିଯିବା ଯୋଗୁଁ   ଟ୍ରକର ପଛଚକା ପୋଲ ତଳକୁ ଖସିଯାଇ   ଦୁର୍ଘଟଣାଗ୍ରସ୍ତ ହୋଇଛି l  ଖୁବ୍‌ଶୀଘ୍ର କଲଭର୍ଟ  ନିର୍ମାଣକୁ ନେଇ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି l ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l 

 You Can Read :

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.