୫ ଦିନ ଧରି ଯୁବକ ନିଖୋଜ, ମିଳିଲା ବ୍ୟାଗ୍ ଏବଂ ବାଇକ୍

Published By : Prameya-News7 Bureau | April 26, 2024 IST

ବୈପାରୀଗୁଡା ୨୬।୪: ଗୁପ୍ତେଶ୍ୱର ନଦୀରେ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି l ପାଞ୍ଚ ଦିନ ଧରି ନିଖୋଜ ଅଛନ୍ତି ଯୁବକ l ହେଲେ ଆଜି ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପୀଠରେ ଯୁବକଙ୍କ ବ୍ୟାଗ ଏବଂ ବାଇକ ମିଳିଛି l ଯାହାକୁ ନେଇ ଯୁବକ ଜଣକ ନଦୀରେ ଭାସିଯାଇଥିବା ସନ୍ଦେହରେ  ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ ଚାଲିଛି l ନିଖୋଜ ଯୁବକ ଜୟପୁର ପାୱାରହାଉସ କଲୋନୀର ୩୭ ବର୍ଷୀୟ ଜିତେନ୍ଦ୍ର ନାୟକ  l 

ଗତ ସୋମବାର ଦିନ ଘରୁ ବାହାରି ଆଉ ସେ ଘରକୁ ଫେରିନାହାନ୍ତି  l  ଏ ନେଇ ଜୟପୁର ସଦର ଥାନାରେ ନିଖୋଜ ଏତଲା ଦିଆଯାଇଛି  l ଜିତେନ୍ଦ୍ର କିଛି ଦିନ ହେବ ମାନସିକ ଚିନ୍ତା ଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ କହିଥିବା ବେଳେ ଖୋଜାଖୋଜି ଚାଲିଛି କିନ୍ତୁ ଏ ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ   ବୋଲି ପ୍ରତିକ୍ରିୟା ରଖିଛନ୍ତି ବୈପାରୀଗୁଡା ଅଗ୍ନିଶମ ଅଧିକାରୀ l

 You Can Read :

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରୀଙ୍କ ବିକ୍ଷୋଭ, ପରୀକ୍ଷା ବାତିଲ ପାଇଁ କଲେ ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.