ଡିମିଟିଗୁଡ଼ା ଗାଁରେ ଅଘଟଣ, ବଜ୍ରାଘାତରେ ଗଲା କାଡ୍ରାକା କ୍ରିଷ୍ଠମାଙ୍କ ଜୀବନ

Published By : Prameya-News7 Bureau | April 21, 2024 IST

ନାରାୟଣପାଟଣା ୨୧।୦୪ : କୋରାପୁଟ ଜିଲ୍ଲା ବନ୍ଧୁଗା ବ୍ଲକ ଡିମିଟିଗୁଡ଼ା ଗାଁରେ ଅଘଟଣ । ବଜ୍ରାପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଡିମିଟିଗୁଡ଼ା ଗାଁର କାଡ୍ରାକା କିଷ୍ଠମା ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ କାଡ୍ରାକା କ୍ରିଷ୍ଠମା ନିଜ କୁଡିଆରେ ଥିବା ସମୟରେ ପବନ ଏବଂ ବର୍ଷା ସାଙ୍ଗକୁ ଘଡିଘଡି ହୋଇଥିଲା । ତେବେ ପ୍ରବଳ ସାଙ୍ଗକୁ ବଜ୍ରପାତ ହେବା ଲାଗି କାଡ୍ରାକା କ୍ରିଷ୍ଠମାଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ତିନୋଟି ସନ୍ତାନ ରହିଛନ୍ତି । ଏବେ କାଡ୍ରାକା କ୍ରିଷ୍ଠମାଙ୍କ ମୃତ୍ୟୁ ପରେ ପରିବାର କିପରି ଚଳିବ ? ସେ ଚିନ୍ତାର ପୁରା ଅଞ୍ଚଳବାସୀ । ତେଣୁ ଏପରି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ଉଚିତ୍‌ ବୋଲି ଅଞ୍ଚଳବାସୀ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.