ନଦୀରେ ବୁଡି ଯୁବତୀ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | May 08, 2024 IST

ଲମତାପୁଟ ୮।୫: ନଦୀରେ ବୁଡି ଯୁବତୀ ନିଖୋଜ l କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ନଦୀରେ ବୁଡି ଯୁବତୀ ନିଖୋଜ ହୋଇଛନ୍ତି । ବୁଧବାର ଦିନ ଦ୍ବିପ୍ରହର ୧୨ଟା ସମୟରେ ସାଙ୍ଗମାନଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ କଖୀନମୁଙ୍ଗ ଗ୍ରାମର ନମିତା ବଡ଼ନାୟକ । କୌଣସି କାରଣ ବଶତଃ ପାଣିରେ ବୁଡି ଯୁବତୀ ନିଖୋଜ ହୋଇଛନ୍ତି l ନିଖୋଜ ଯୁବତୀଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲମତାପୁଟ ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି l

You Can Read :

ପାଇକମାଳକୁ NAC କଲେ, ପଦ୍ମପୁରକୁ ଜିଲ୍ଲା କରାଇବେ ମୁଖ୍ୟମନ୍ତ୍ରୀ : ପାଣ୍ଡିଆନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.