ନୂଆଦିଲ୍ଲୀ,୧୩/୦୮:ଚାଲିଛି ବର୍ଷା ଋତୁ । ଲଗାତାର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ଦେଶର ଅନେକ ସ୍ଥାନରେ ବନ୍ୟା ହେଲାଣି । ଭୂସ୍ଖଳନ ହୋଇ ଲୋକେ ପ୍ରାଣ ହରାଉଛନ୍ତି । ଓଡିଶାରେ ମଧ୍ୟ ତଳିଆ ଅଞ୍ଚଳରେ ପାଣି ପଶିଛି । ପାଣିଘେରରେ ଶହ ଶହ ଲୋକେ ରହିଛନ୍ତି । ଏସବୁ ଭିତରେ ଆଟାଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧୁଛି ବାତ୍ୟା ।

ରିପୋର୍ଟ ଅନୁସାରେ, ବୁଧବାର ଆଟଲାଣ୍ଟିକ୍ ମହାସାଗରରେ ସାମୁଦ୍ରିକ ଝଡ ବା ବାତ୍ୟା କ୍ରିଷ୍ଟୋବାଲ୍ ଦାନା ବାନ୍ଧିଛି । ଆଜୋର୍ସର ପଶ୍ଚିମରେ ଏହା ବଳ ଗୋଟାଇବା ଆରମ୍ଭ କରିଛି । ସବୁଠାରୁ ବଡ କଥା ହେଉଛି ଯେ ଏହାକୁ ନେଇ କୌଣସି ସ୍ଥାନରେ ସତର୍କ ସୂଚନା ଜାରି କରାଯାଇ ନାହିଁ । ଗୁରୁବାର ଏହା ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢିବ ବୋଲି ନ୍ୟାଶନାଲ ହରିକେନ୍ ସେଣ୍ଟର୍ ଅଫ୍ ମିଆମି ପ୍ରକାଶ କରିଛି ।

ନ୍ୟାଶନାଲ ହରିକେନ୍ ସେଣ୍ଟର୍ ଅଫ୍ ମିଆମିର ରିପୋର୍ଟ ଅନୁସାରେ, ଏବେ କ୍ରିଷ୍ଟୋବାଲ୍ ଆଜୋର୍ସ ଉପକୂଳରୁ୮୮୦ମାଇଲ୍ ବା୧୪୧୬କିଲୋମିଟର ଦୂରରେ ରହିଛି । ଏହି ସାମୁଦ୍ରିକ ଝଡ ପ୍ରଭାବରେ ଘଣ୍ଟା ପ୍ରତି୪୫ମାଇଲ୍ ବା୭୫କିଲୋମିଟର ବେଗରେ ପବନ ବହିପାରେ । ଏହା ଧିରେ ଧିରେ ପୂର୍ବ ଦିଗକୁ ବଢୁଛି ।

Also Read :- Earthquake: ଭୂକମ୍ପରେ ଥରିଲା ଲେହ-ଲଦାଖ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୫ ରେକର୍ଡ, ନାହିଁ କ୍ଷୟକ୍ଷତିର କୌଣସି ସୂଚନା

ପ୍ରଶାନ୍ତ ମହାସାଗରରେ ବାତ୍ୟା ଭୟ

ଆଟଲାଣ୍ଟିକ୍ ମହାସାଗର ସହ ପ୍ରଶାନ୍ତ ମହାସାଗରରେ ମଧ୍ୟ ବାତ୍ୟା ଭୟଘାରିଛି । ଏଠାରେ ସାମୁଦ୍ରିକ ବାତ୍ୟା ଓ୍ୱାନ୍-ସି ଶକ୍ତିଶାଳୀ ହେବାରେ ଲାଗିଛି । ହାଓ୍ୱାଇ ଦ୍ୱୀପରୁ ଏହା୧୬୦୯କିଲୋମିଟର ଦୂରରେ ରହିଛି । ଏବେ ପବନର ଗତିଘଣ୍ଟାପ୍ରତି୫୬କିଲୋମିଟର ରହିଛି ।

ପାଣିପାଗ ବିଭାଗର କହିବାନୁସାରେ, ବାତ୍ୟା ଓ୍ୱାନ୍-ସି ପଶ୍ଚିମକୁ ଗତି କରୁଛି । ଶୁକ୍ରବାର ଏହା ହାଓ୍ୱାଇ ଦ୍ୱୀପ ନିକଟରେ ପହଁଚିଲା ବେଳକୁ ଅଧିକ ଶକ୍ତିଶାଳୀ ହୋଇଯାଇଥିବ । ଏହାର ପ୍ରଭାବରେ୫୦ରୁ୧୦୦ସେଣ୍ଟିମିଟର ବର୍ଷା ହୋଇପାରେ । ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ତେବେ ଏସବୁର ଭାରତ ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି ।