ନୂଆଦିଲ୍ଲୀ ୧୭।୦୪; ଇଣ୍ଡୋନେସିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ୨୪ ଘଣ୍ଟା ପୂର୍ବରୁ ହେଲିକପ୍ଟର ସହିତ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ହେଲିକପ୍ଟରଟି ଏକ ଜଙ୍ଗଲିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସରକାର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ହେଲିକପ୍ଟରଟି ବୋର୍ନିଓ ଦ୍ୱୀପରେ ପାମ୍ ତେଲ ବଗିଚା ଉପରେ ଉଡ଼ୁଥିଲା। ରାଡାର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ତୁରନ୍ତ ବିମାନର ସନ୍ଧାନ ଆରମ୍ଭ କରାଯାଇଥିଲା। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ହେଲିକପ୍ଟରଟି ଏକ ଏୟାରବସ୍ H130 ଭାବରେ ଚିହ୍ନଟ ହୋଇଛି। ବିମାନଟି ପିଟି ମାଥ୍ୟୁ ଏୟାର ନୁସାନ୍ତାରାର ମାଲିକାନା ଥିଲା। ହେଲିକପ୍ଟରର କୁଆଡେ ଯାଉଥିଲା ପୋଲିସ ଏହା ସମ୍ପର୍କରେ ସୂଚନା ପ୍ରଦାନ କରିନି।

କିପରି ଘଟିଲା ଦୁର୍ଘଟଣା?

ହେଲିକପ୍ଟରଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେବାକୁ ୪୫ ମିନିଟ୍ ସମୟ ନେଇଥିଲା। ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ହେଲେ, ପାଇଲଟମାନେ ଏହାକୁ ଆକାଶରେ ଉଡାଇବାକୁ ଆଗେଇ ଆସିଥିଲେ। ମାତ୍ର ପାଞ୍ଚ ମିନିଟ୍ ପରେ, ହେଲିକପ୍ଟର ସହିତ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା, ତା’ପରେ କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା।

ସେକାଡାଉ ପୋଲିସର ଇନ୍ସପେକ୍ଟର ଅନୁଯାୟୀ, ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଞ୍ଚଳଟି ଏକ ପାର୍ବତ୍ୟାଞ୍ଚଳ। ଫଳସ୍ୱରୂପ, ଏହି ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଛି। ଏହି ଚ୍ୟାଲେଞ୍ଜ ସତ୍ତ୍ୱେ, କର୍ତ୍ତୃପକ୍ଷ ସମସ୍ତ ଆଠଟି ମୃତଦେହକୁ ସଫଳତାର ସହ ଚିହ୍ନଟ କରିଛନ୍ତି। ମୃତକଙ୍କ ମଧ୍ୟରୁ ସାତ ଜଣ ଇଣ୍ଡୋନେସିଆର ନାଗରିକ ଥିଲେ। ଅନ୍ୟ ଜଣେ ମାଲେସିଆର ନାଗରିକ ଭାବରେ ଚିହ୍ନଟ କରାଯାଇଛି।

Also Read-Netflix: ନେଟଫ୍ଲିକ୍ସ ସହ-ପ୍ରତିଷ୍ଠାତା ଦେଲେ ଇସ୍ତଫା, ୧୯୯୭ ମସିହାରେ ଦୁଇ ସାଙ୍ଗ ଏକାଠି ମିଶି ଆରମ୍ଭ କରିଥିଲେ କାମ