ପୁରୀ ୩୦।୦୫ : ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯାହାଫଳରେ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟ । ସବୁ ଦିନ ପରି ଭକ୍ତମାନେ କରୁଥିବା ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ । ହଠାତ୍‌ ଭିତର କାଠ ନିକଟରେ ଖଙ୍କାର ପଡ଼ିଥିବାର କିଛି ସେବାୟତ ଦେଖିଥିଲେ । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ । ମନ୍ଦିର ପ୍ରଶାସନ ଏବଂ ସେବାୟତ ମିଳିତ ଭାବେ ବଡ଼ମହାସ୍ନାନ ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ବିଧି ଅନୁସାରେ ବଡ଼ଠାକୁରଙ୍କ ମହାସ୍ନାନ ହୋଇଥିଲା ।

Also Read:-ପାରିବାରିକ କଳିର କରୁଣ ପରିଣତି, ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ତେବେ ବଡ଼ ଠାକୁରଙ୍କର ବଡ଼ ମହାସ୍ନାନ ଲାଗି ସାଧାରଣ ଦର୍ଶନ ବନ୍ଦ ରହିଥିଲା । ବଡ଼ ମହାସ୍ନାନ ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲିଛି ବଡ଼ଠାକୁରଙ୍କ ଦର୍ଶନ ।