ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବିକୁ ମୁଦ୍ଦା କରି ଭୋଟ୍ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

Published By : Prameya-News7 Bureau | May 13, 2024 IST

ବିନିକା ୧୩।୫: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ତ୍ରିମୁଖି ଲଢେଇ ଦେଖିବାକୁ ମିଳିଥାଏ l ଚଳିତ ସାଧାରଣ ନିର୍ବାଚନରେ ମଧ୍ଯ ତ୍ରିମୁଖି ଲଢେଇ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିନିକା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ବଲାଙ୍ଗୀର ଲୋକସଭା ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ସହ ଶତାଧିକ କର୍ମୀ ପ୍ରଚାର କରୁଛନ୍ତି l ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଓଡ଼ିଶାର ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବିକୁ ମୁଖ୍ୟ ମୁଦ୍ଦା କରି ଭୋଟ୍ ଭିକ୍ଷା କରୁଛନ୍ତି l ଗାଁ ଗାଁ ଯାଇ କଂଗ୍ରେସ ସରକାର ଅସିଲେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ରଖି ଲୋକଙ୍କୁ ସାହାଯ୍ୟ ସହଯୋଗରେ ଭାଗିଦାରୀ ରହିବ ବୋଲି ମଧ୍ୟ କହୁଛନ୍ତି l

You Can Read :

ଦୁଇ ମାସରେ ୧୪ ଚେନ୍ ଛିନତାଇ, ଚନ୍ଦନକୁ ବାନ୍ଧି ସିନ୍ ରିକ୍ରିଏସନ୍ କଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.