ଯୁଦ୍ଧ ସମୟରେ ବି ଆମେରିକା ସମର୍ଥନରେ ଋଷ ଠାରୁ ତେଲ କିଣୁଥିଲା ଭାରତ: ରାଷ୍ଟ୍ର ଦୂତ କଲେ ଖୁଲାସା

Published By : Prameya-News7 Bureau | May 12, 2024 IST

businesstoday

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ, ରୁଷରୁ ଅଶୋଧିତ ତୈଳ ଏବଂ ଗ୍ୟାସ କିଣିବାରେ ସାରା ବିଶ୍ୱ ସମସ୍ୟାର ସମ୍ମୁଖୀନ ହେଉଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଭାରତ ଋଷରୁ ଅଶୋଧିତ ତୈଳ ସହଜରେ କିଣୁଥିଲା। ଯାହାକୁ ନେଇ ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା। ରବିବାର ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି ଭାରତର ଏହି ଆଶ୍ଚର୍ଯ୍ୟକର ବ୍ୟବାସାୟିକ୍ ଡିଲ୍‌ ବିଷୟରେ ଖୁଲାସା କରିଛନ୍ତି। ଋଷ ଠାରୁ ଗ୍ୟାସ୍ ଓ ତେଲ କିଣିବାକୁ ଆମେରିକା ଭାରତକୁ ସମର୍ଥନ କରିଥିଲା। ଏଥିପାଇଁ ଭାରତ ବିନା କୌଣସି ପ୍ରତିବନ୍ଧକରେ ଏସବୁ କିଣିବା ଜାରି ରଖିଥିଲା ବୋଲି ଏରିକ୍ ଗାର୍ସେଟି କହିଛନ୍ତି। 

ଭାରତ ପାଇଁ ନିୟନ୍ତ୍ରଣରେ ରହିଲା ଅଶୌଧିତ ତୈଳ ଦର

ଭାରତର ଏହି ବ୍ୟବସାୟିକ ଡିଲ୍ ପାଇଁ ସାରା ବିଶ୍ୱ ମଧ୍ୟ ଉପକୃତ ହୋଇଛି ବୋଲି ଏରିକ୍ ଗାର୍ସେଟି କହିଛନ୍ତି। ସେ କହିଛନ୍ତି ଯେ ଆମେ ଚାହୁଁଥିଲୁ କେହି ଜଣେ ଋଷ ଠାରୁ କିଣୁ। ଯାହାଦ୍ୱାରା ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେବ ନାହିଁ। ଯେହେତୁ ଭାରତ ଆମର ପାର୍ଟନର, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବି ବହୁତ ମଜଭୁତ। ଏଥିପାଇଁ ଆମେ ଭାରତକୁ ଏହି ଚୁକ୍ତି ଜାରି ରଖିବାକୁ ଅନୁମତି ଦେଇଥିଲୁ ବୋଲି ଗାର୍ସେଟି କହିଛନ୍ତି। ଏହା ଆମ ଦୁଇ ଦେଶର ମିଳିତ ବିଜୟ। ଅଶୋଧିତ ତୈଳ ଦର ନିୟନ୍ତ୍ରଣରେ ରଖିବାକୁ ଭାରତ ଆମକୁ ବହୁତ ସାହାଯ୍ୟ କରିଥିଲା ବୋଲି ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି। ଋଷ ଓ ଚୀନ୍‌ର ପ୍ରଭାବ ଦ୍ରୁତ ଗତିରେ ବଢ଼ୁଛି। ତେଣୁ ଏହି ପ୍ରସଙ୍ଗରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। 

ପଶ୍ଚିମ ଦେଶଗୁଡିକର ପ୍ରତିବନ୍ଧକ ପରେ ଭାରତ ଋଷ ଠାରୁ ଅଶୋଧିତ ତୈଳ କିଣିବା ବଢ଼ାଇ ଦେଇଥିଲା। କିନ୍ତୁ ଆମେରିକା ଏହାକୁ ବିରୋଧ କରିନଥିଲା। ହେଲେ ଋଷକୁ ଆର୍ଥିକ କ୍ଷତି ପହଞ୍ଚାଇବାକୁ ଋଷ ତେଲ ଦର ଅତି କମ୍ କରିଦେଇଥିଲା। ଏହି ମୂଲ୍ୟ ଜି-୭ ଦେଶ ଦ୍ୱାରା ସ୍ଥିର କରିଥିଲେ। ହେଲେ ଭାରତ କିନ୍ତୁ ନିଜକୁ ସୁହାଇଲା ଭଳି ମୂଲ୍ୟରେ ଋଷ ଠାରୁ ଶସ୍ତାରେ ତେଲ କିଣିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.