ଭାରତରେ ବଢ଼ୁଛି ଇ-ଟେଲ୍‌ ସେକ୍ଟର: ଆର୍ଥିକ ବର୍ଷ ୨୦୨୮-୨୯ ବେଳକୁ ୧୮ ପ୍ରତିଶତ ଅଭିବୃଦ୍ଧି ହେବା ସମ୍ଭାବନା

Published By : Prameya-News7 Bureau | May 12, 2024 IST

economictimes

ନୂଆଦିଲ୍ଲୀ: ଭାରତରେ ଇ-ଟେଲ୍ ସେକ୍ଟର ବୃଦ୍ଧି ହେଉଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଇ-ଟେଲ୍ ସେକ୍ଟର ୬୦ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ୨୦୨୮-୨୯ ପର୍ଯ୍ୟନ୍ତ ଏହା ମିଶ୍ରିତ ବାର୍ଷିକ ଅଭିବୃଦ୍ଧି ହାର(CAGR) ୧୮ ପ୍ରତିଶତ ଅନୁସାରେ ହେବ ବୋଲି ନାଇଟ୍‌ ଫ୍ରାଙ୍କ ଇଣ୍ଡିଆ ନାମକ କନ୍‌ସଲ୍‌ଟାନ୍ସି ଫାର୍ମ କହିଛି। ଇଣ୍ଟର୍‌ନେଟ ମାଧ୍ୟମରେ ସାମଗ୍ରୀ ସେବା ପ୍ରଦାନ କରିବାକୁ ଇ-ଟେଲିଂ କୁହାଯାଏ।  

ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ରିଟେଲ୍ ୨୦୨୪ ନାମକ ଏକ ରିପୋର୍ଟରେ କୁହାଯାଇଛି ଯେ ସମସ୍ତ ରିଟେଲ କ୍ୟାଟେଗୋରୀର ଖର୍ଚ୍ଚ ସ୍ତରକୁ ଦେଖିଲେ ଟିୟର ୧ ଓ ଟିୟର-୨ ସହରରେ ଥିବା ସମସ୍ତ ସପିଂ ମଲ୍‌ର ଆୟ ସମାନ ଅବଧି ମଧ୍ୟରେ ସିଏଜିଆର୍‌ ୨୩ ପ୍ରତିଶତ ହେବ ବୋଲି ଅନୁମାନ କରାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଭାରତର ରିଟେଲ ଇଣ୍ଡଷ୍ଟ୍ରୀ ଦ୍ରୁତ ଗିତରେ ବଢ଼ି ଚାଲିଛି। ଯାହା ଦେଶର ଜିଡିପିର ୧୦ ପ୍ରତିଶତ ଶ୍ରମବଳ(ୱାର୍କ ଫୋର୍ସ) ଜିଡିପିର ୮ ପ୍ରତିଶତ। ବଡ଼ ବଡ଼ ମେଟ୍ରୋ ସହର ହେଉ କିମ୍ବା ଟାୟର -୨ ସହରରେ ସପିଂ ସେଣ୍ଟରଗୁଡ଼ିକର ବିକାଶ ହେଉଥିବାରୁ ଏହି ବିଭାଗରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି। 

କରୋନା ସମୟରେ ଖର୍ଚ୍ଚ କମ୍‌କୁ ପଛରେ ପକାଇ ରିଟେଲ ଇଣ୍ଡଷ୍ଟ୍ରୀ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି। ଏହାପଛରେ ଦ୍ରୁତ ବିକାଶ ହେଉଥିବା ଇ-ଟେଲ୍ ସେକ୍ଟର ଯୋଗୁ  ଏ ଦିଗରେ ଅଧିକ ଅଗ୍ରଗତି ହେଉଛି ଓ ଏହା ଅଫ୍‌ଲାଇନ୍ ଠାରୁ ଅଧିକ ଆୟ କରୁଛି ବୋଲି ମଧ୍ୟ ତର୍କ ହେଉଛି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.