ନୂଆଦିଲ୍ଲୀ: ମଦର୍ଶ ଡେ ବା ମାତୃତ୍ୱ ଦିବସରେ ଜବରଦସ୍ତ ସେଲ୍ କରିଛନ୍ତି ଅନ୍ଲାଇନ୍ ଫୁଡ୍ ଡେଲିଭରି ପ୍ଲାଟ୍ଫର୍ମ ଜୋମାଟୋ ଓ ସ୍ୱିଗୀ ଇନ୍ଷ୍ଟାମାର୍ଟ। ଏମିତିକି ନୂଆ ବର୍ଷ ଠାରୁ ଅଧିକ ସେଲ୍ କରିଛନ୍ତି ଏହି ଦୁଇ ଖାଦ୍ୟ ବିତରକ କମ୍ପାନୀ। ଏନେଇ ଜୋମାଟୋ ସଂସ୍ଥାପକ ଦୀପେନ୍ଦ୍ର ଗୋୟଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଯେମିତି ସମସ୍ତେ ତାଙ୍କ ମାଆଙ୍କ ପ୍ରତି ଥିବା ପ୍ରେମ ଦେଖାଇ ପାରିବେ, ଏଥିପାଇଁ ଆମେ ସମସ୍ତଙ୍କୁ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛୁ ବୋଲି ଗୋୟଲ କହିଛନ୍ତି।
ଜମାଟୋର ବ୍ଲିଙ୍କିଟ୍ ଓ ସ୍ୱିଗୀ ଇନ୍ଷ୍ଟାମାର୍ଟ ଆଜିରେ ଚୋକୋଲେଟ୍, ଗୋଲାପ ଓ ହ୍ୟାଣ୍ଡବ୍ୟାଗ୍ ଅଧିକ ଅର୍ଡର କରାଯାଇଥିଲା। ଏନେଇ ବ୍ଲିଙ୍କିଟ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଲ୍ବନ୍ଦର ଢିଣ୍ଡସା କହିଛନ୍ତି ଯେ ଆମର ବିକ୍ରେତାମାନଙ୍କ ସହଯୋଗରେ ଆମେ ସମସ୍ତଙ୍କ ମାଆଙ୍କ ପାଖରେ ହ୍ୟାଣ୍ଡବ୍ୟାଗ୍ ପହଞ୍ଚାଇବାରେ ସକ୍ଷମ ହୋଇଥିଲୁ।
କେବଳ ସେତିକି ନୁହେଁ, ବ୍ଲିଙ୍କିଟ୍ରେ ସ୍ମାର୍ଟୱାଚ୍, ଗହଣା, ଏବ ପର୍ଫ୍ୟୁମ ଆଦି ବହୁମାତ୍ରାରେ ବିକ୍ରି ହୋଇଛି। ଏମିତିକି ଭାଲେନଟାଇନ୍ ଡେର ମଧ୍ୟ ଏତେ ବିକ୍ରି ହୋଇ ନଥିଲା ବୋଲି ଢିଣ୍ଡସା କହିଛନ୍ତି।
ସ୍ୱିଗୀ ଇନ୍ଷ୍ଟାମାର୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଫାନୀ କିଷନ କହିଛନ୍ତି ଯେ ବିଶେଷ କରି ବେଙ୍ଗାଲୁରୁ ଓ ମୁମ୍ବାଇ ସହରରେ ଗୋଲାପ ଅଧିକ ବିକ୍ରି ହୋଇଥିବା ବେଳେ ଦିଲ୍ଲୀରେ ଚୋକୋଲେଟ୍ ହାଇଦ୍ରାବାଦରେ ଗଛଚାରା, ଚେନ୍ନାଇରେ କେକ୍ ଏବଂ କୋଲକାତାରେ ଅଧିକ ପର୍ଫ୍ୟୁମ୍ ବିକ୍ରି ହୋଇଛି।