କଟକ: ତିସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରକ୍ରିୟାକୁ ଜାରି ରଖିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଭୋଟିଂର ଫଳାଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରକ୍ରିୟା ଆଗକୁ ବଢ଼ିପାରିବ। ତେବେ ଅନାସ୍ଥା ଭୋଟିଂ ହେଲେ ମଧ୍ୟ ଏହାର ଫଳାଫଳ କୋର୍ଟଙ୍କ ଅନୁମତି ବିନା ପ୍ରକାଶ କରାଯାଇପାରିବ ନାହିଁ।

ଏହି ମାମଲାରେ ଚାମେଲୀ ଓଝାଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି ଶେଷ ହୋଇଛି। ତେବେ ମାମଲାର ରାୟକୁ ହାଇକୋର୍ଟ ସଂରକ୍ଷିତ ରଖିଛନ୍ତି।

also read- ଇଞ୍ଜେକସନ୍ ନେବା ପରେ ଚାଲିଗଲା ଜୀବନ ! ଭାପୁର ମେଡିକାଲରେ ଉତ୍ତେଜନା

ଅର୍ଥାତ୍, ଅନାସ୍ଥା ପ୍ରସ୍ତାବ ଉପରେ ଆବଶ୍ୟକ ପ୍ରକ୍ରିୟା ଚାଲିପାରିବ, କିନ୍ତୁ ଭୋଟିଂର ଫଳାଫଳ ତତକ୍ଷଣାତ୍ ପ୍ରକାଶ କରାଯିବ ନାହିଁ। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ହିଁ ଫଳାଫଳ ପ୍ରକାଶ କରାଯାଇପାରିବ। ଚାମେଲୀ ଓଝାଙ୍କ ଆବେଦନ ଉପରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିବାରୁ ଏବେ ହାଇକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

watch Video:-