କେନ୍ଦ୍ରାପଡ଼ା ୨୫।୭: ୱାର୍ଡ ମେମ୍ବରଙ୍କୁ ଧମକଚମକ ଦେଇ ହେଉଛି ଅନାସ୍ଥା । ଅନାସ୍ଥା ନେଇ ତିଖିରି ସରପଞ୍ଚ ଚାମେଲି ଓଝା ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୱାର୍ଡ ମେମ୍ବର ମାନେ ମୋତେ ଫୋନ୍ କରି କାନ୍ଦୁଛନ୍ତି । ୱାର୍ଡ ମେମ୍ବର ମାନଙ୍କ ଉପରେ ପ୍ରବଳ ଚାପ । ମୁଁ ତ ଅସୁରକ୍ଷିତ, ୱାର୍ଡ ମେମ୍ବରଙ୍କୁ ସୁରକ୍ଷା ଦେବି କେମିତି ବୋଲି ପ୍ରଶ୍ନ କହିଛନ୍ତି ଚାମେଲି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଚାମେଲିଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ l ତିଖିରି ପଞ୍ଚାୟତର ୨୧ ଜଣ ୱାର୍ଡ ମେମ୍ବର ଜୁଲାଇ ୨୩ରେ ଏ ନେଇ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ୱାର୍ଡ ମେମ୍ବର ମାନଙ୍କ ଠାରୁ ଅନାସ୍ଥା ପତ୍ର ପାଇବା ପରେ ଉପ ଜିଲ୍ଲାପାଳ ମହାକାଳପଡା BDOଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l

Also Read:- ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବଢ଼ିଲା ଅଡ଼ୁଆ, ୨୧ ଓ୍ବାର୍ଡ ମେମ୍ବର ଆଣିଲେ ଅନାସ୍ଥା ପ୍ରସ୍ତାବ

ତେବେ ଏ ସମ୍ପର୍କିତ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି l ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ୱାର୍ଡ ମେମ୍ବର ମାନଙ୍କର ଆସନ୍ତା ଜୁଲାଇ ୨୭ରେ ଉପ ଜିଲ୍ଲାପାଳଙ୍କ ଅଫିସରେ କାଗଜପତ୍ର ଯାଞ୍ଚ ହେବ l ତେବେ ଏ ନେଇ ଉପ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l