ଏଥର ଜନତା ବିଜେଡିକୁ ହଟାଇ ବିଜେପିର ସରକାର କରିବେ: ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 06, 2024 IST

ଭୁବନେଶ୍ଵର: କାମାକ୍ଷାନଗର, ଆଠମଲ୍ଲିକ ଓ କୁଚିଣ୍ଡାରେ ଦଳୀୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ  ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଚାର ସମୟରେ ସେ କହିଛନ୍ତି, ଏଥର ନିର୍ବାଚନରେ ଲୋକମାନେ ବିଜେଡିକୁ ହଟାଇ ବିଜେପିର ସରକାର କରିବେ ।  ପ୍ରଧାନମନ୍ତ୍ରୀଙ୍କ ବିକାଶମୁଖୀ  ଯୋଜନାର ବଡ଼ ଲାଭାର୍ଥୀ ହୋଇଛି ଓଡ଼ିଶା । ବିଜେପି ସରକାରରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ ।  

ଧର୍ମେନ୍ଦ୍ର କହିଛନ୍ତି ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବିଜେଡି ସରକାରକୁ ବଦଳାଇ ବିଜେପିକୁ ଏଥର ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶାରେ ମୋଦୀ ଲହର ବୃଦ୍ଧି ପାଇଛି । ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଭରସା ରହିଛି । ୨୪ବର୍ଷ ପରେ ଏଥର ନିଶ୍ଚିତ ଭାବେ ଓଡ଼ିଶାରେ ବିଜେପି ସରକାର ହେବ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Also read: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ମୋଦୀ ଗ୍ୟାରେଣ୍ଟି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି । ମୋଦୀ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଆସ୍ଥା ବଢିଛି । ମୋଦୀଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି । ରୋଡ ଶୋ’ରେ ବିଜେପି ପ୍ରତି ଅଦ୍ଭୁତପୂର୍ବ ଜନସମର୍ଥନ ଓ ଉତ୍ସାହ ଦେଖାଯାଇଛି । ଏଥର ଓଡ଼ିଶାରେ ବିଜେପି ନେତୃତ୍ୱରେ ମଜବୁତ ସରକାର ହେବା ନେଇ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି ।  ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।   

ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ବରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଅନୁଗୋଳରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶିଷ୍ଟ ଶ୍ରମିକ ନେତା ତଥା ନାଲକୋ ପ୍ରୋଗ୍ରେସିଭ ଏମପ୍ଲୟିଜ୍ ୟୁନିଅନର ପୂର୍ବତନ ସଭାପତି ବିନୋଦ ବିହାରୀ ସେଠଙ୍କ ସମେତ ଅନେକ ସମର୍ଥକମାନେ ଦଳରେ ସାମିଲ ହୋଇଥିଲେ ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.