ସୋମବାର ରାଜ୍ୟରେ ୨ୟ ପର୍ଯ୍ୟାୟ ଭୋଟିଂ, ବୁଥ୍‌ ମୁହାଁ ପୋଲିଂ ପାର୍ଟି

Published By : Prameya-News7 Bureau | May 19, 2024 IST

ଭୁବନେଶ୍ୱର ୧୯।୦୫ : ସୋମବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍। ମଇଦାନରେ ଅଛନ୍ତି ମୋଟ୍ ୩୦୫ ଜଣ ପ୍ରାର୍ଥୀ। ଭୋଟିଂ ପାଇଁ ଶେଷ ହୋଇଛି ସବୁ ପ୍ରସ୍ତୁତି। ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ଇଭିଏମ୍ , ଭିଭିପାଟ୍ ସହ ଅନ୍ୟ ଆବଶ୍ୟକ ସାମଗ୍ରୀ ଧରି ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। 

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା କ୍ଷେତ୍ର ସହ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ ଗ୍ରହଣ। ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ୯୧୬୨ ବୁଥ୍ ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର। ପୁରୁଷ ଭୋଟର ୪୦ ଲକ୍ଷ ୩୩ ହଜାର ୯୯୨। ସେହିପରି ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଥିବା ବେଳେ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବହୁ ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୯ହଜାର ୧ ୬୨ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୦୪୧ଟି ମହିଳା ପୋଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୧୫ଶହ ୪୧ ଆଦର୍ଶ ବୁଥ ହେବ। ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି। ଯେଉଁଠି ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେବେ। ୬୦ ପ୍ରତିଶତ ବୁଥରେ ହେବ ଲାଇଭ ଷ୍ଟ୍ରିମିଙ୍ଗ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.