ବିଜେଡି ଛାଡିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ଭିଡିଓ ବାର୍ତ୍ତାରେ ଦେଲେ ସୂଚନା

Published By : Prameya-News7 Bureau | May 19, 2024 IST

ଭୁବନେଶ୍ୱର ୧୯।୦୫ : ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା । ଦଳ ଛାଡିଲେ ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ । ବିଜୁ ଜନତା ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋକୁ ପଠାଇଛନ୍ତି । ଦଳ ଛାଡିଥିବା ନେଇ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ସମୀର ରଞ୍ଜନ ଦାଶ । 

ଖବର ଅନୁଯାୟୀ, ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ । ବିଜୁ ଜନତା ଦଳ ଟିକେଟ୍‌ରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ୨୦୦୯, ପରେ ୨୦୧୪, ଆଉ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍‌ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି । ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ଜଣାପଡିଥିଲା । ନିକଟରେ ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ହେଉଥିଲା । ବିଜେପିର ଜଣେ ମହିଳା ନେତ୍ରୀ ଗଣମାଧ୍ୟମରେ କହିଥିଲେ କି, ପୁରୀ ଜିଲ୍ଲା ନିମାପଡ଼ାର ଜଣେ ବରିଷ୍ଠ ନେତା ଆମ ଦଳରେ ସାମିଲ ହେବେ । ଏହି ବୟାନ ପରଠାରୁ ସମୀର ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ହେଲେ କୌଣସି ପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇନଥିଲା । ଆଉ ଏବେ ସବୁ ଚର୍ଚ୍ଚାରେ ହୋଇଛି ଅନ୍ତ । ତିନି ଦଶନ୍ଧୀ ଧରି ବିଜୁ ଜନତା ଦଳ ସହିତ ଥିବା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଏବେ ଛାଡିଛନ୍ତି ଦଳ । ବିଜେଡିକୁ କହିଛନ୍ତି ବାଏ ବାଏ । ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ବିଜେଡିରୁ ଛାଡିଥିବା ନେଇ ଘୋଷଣା କରିଛନ୍ତି । ଆଉ ବିଜେଡି ସୁପ୍ରିମୋଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ମଧ୍ୟ ସୂଚନା ଦେଇଛନ୍ତି । 

ଏହି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ,  ଦଳ ନେତା ମୋ ଉପରେ ବିଶ୍ୱାସ ହରାଇଛନ୍ତି । ତେଣୁ ମୁଁ ଦଳ ଛାଡିବାକୁ ବାଧ୍ୟ ହୋଇଛି ।  

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.