ଶନିବାର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ସୁରକ୍ଷା ଦାୟିତ୍ଵରେ ୪୦ IIC ଓ ୩୦ ପ୍ଲାଟୁନ ପୋଲିସ ଫୋର୍ସ

Published By : Prameya-News7 Bureau | May 18, 2024 IST

ଭୁବନେଶ୍ଵର:  ଆସନ୍ତାକାଲି ସଂଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂଧ୍ୟା ୭ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ରବିବାର ଭୁବନେଶ୍ବରରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ୪ ଜଣ ଡିସିପି, ୬ ଜଣ ଅତିରିକ୍ତ ଡିସିପି, ୧୮ ଜଣ ଏସିପି, ୪୦ଜଣ IIC, ୧୫୦ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏହା ସହ ୩ ୟୁନିଟ STU ଟିମ ରହିବେ। ସଭାସ୍ଥଳକୁ ଆସୁଥିବା ସମସ୍ତଙ୍କୁ ଯାଞ୍ଚ କରାଯିବ। ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। 

Also read: ଓଡିଶାକୁ ଏକ ନମ୍ବର କରିବା ନେଇ ଜୋର ଧରିଲା ରାଜନୀତି, ବିଜେପିକୁ ଏମିତି ଜବାବ ଦେଲା ବିଜେଡି

ଆସନ୍ତାକାଲି ସଂଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂଧ୍ୟା ୭ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ରବିବାର ଭୁବନେଶ୍ବରରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ। ୨୦ ତାରିଖ ସକାଳେ ପୁରୀରେ ପହଞ୍ଚିବେ। ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ସକାଳ ୮ଟାରେ ପୁରୀରେ କରିବେ ରୋଡ୍ ଶୋ।

ପୁରୀରେ ରୋଡ୍ ଶୋ ପରେ ଅନୁଗୋଳ ଯିବେ ମୋଦୀ। ସକାଳ ସାଢ଼େ ୯ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧି କରିବେ। ସେଠାରୁ କଟକ ଫେରିବେ। ସାଢ଼େ ୧୧ଟାରେ କଟକରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ସେହିଭଳି ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସିବେ । ରେଢାଖୋଲ, ଖୋର୍ଦ୍ଧା ଓ କେନ୍ଦୁଝର ପାଟଣାରେ ଜନସଭା କରିବେ  ରାଜନାଥ।

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.