ଭୁବନେଶ୍ୱର ୧୯।୦୫ : ନିର୍ବାଚନ ୨୦୨୪ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । କେନ୍ଦୁଝର ଏବଂ ଭଦ୍ରକ ଭଣ୍ଡାରୀପୋଖରୀରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ । କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବେ ନବୀନ ।
ସକାଳ ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଫୁଟବଲ୍ ପଡିଆରେ ବିମାନ ଯୋଗେ ଅବତରଣ କରି ଜନତାଙ୍କୁ ଉଦବୋଧନ ଦେବେ । ମଞ୍ଚରେ ୫ଟି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟ୍ ରେ ପହଞ୍ଚି ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ସେହିପରି ସୋମବାର ଦିନ ଏକ ମେଗା ରୋଡ୍ ଶୋ'ରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପରେ ଏକାମ୍ର ଭୁବନେଶ୍ବର ରେ ସେ ପ୍ରଚାରକୁ ଓହ୍ଲାଇବେ। ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଜନତାଙ୍କୁ ଆହ୍ବାନ କରିବେ। ସନ୍ଧ୍ୟା ୬ଟା ୨୦ ମିନିଟ୍ ରେ ହାଇଟେକ୍ ବସ୍ ରେ ବସି ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ। ସାଢେ ୬ଟାରେ ପଳାସପଲ୍ଲୀ ପୁନାମା ଗେଟ୍ ଫ୍ଲାଏଓଭରରୁ ଆରମ୍ଭ ହେବ ରୋଡ୍ ଶୋ'। ବିଡିଏ କଲୋନି ଛକରେ ନବୀନଙ୍କ କାରକେଡ୍ ଅଟକିବ। ସୁନ୍ଦରପଦା ହାଟ ଯାଏଁ ଚାଲିବ ପାଓ୍ବାର ଶୋ'। ପୋଖରୀପୁଟ ଓଭର ବ୍ରିଜ୍ ଦେଇ ପୋଖରୀପୁଟ ଛକରେ ଅଟକି ଭୋଟ ପାଇଁ ଅପିଲ୍ କରିବେ। ସନ୍ଧ୍ୟା ୭ଟା ୫ରେ ପ୍ରମେୟ ଛକରେ ପହଞ୍ଚିବ ରୋଡ ଶୋ'। ନବୀନଙ୍କ ହାଇଭୋଲଟେଜ୍ ଶୋ' ପାଇଁ ଏକାମ୍ର ବିଜେଡି ଶିବିର ପୁରା ଚଳଚଞ୍ଚଳ।