ଚଣ୍ଡିଖୋଲ: ନିର୍ବାଚନ ପାଇଁ ଜମୁଛି ପ୍ରଚାର। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଆଜି ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ବଡ଼ଚଣା ନିର୍ବାଚନ ମଣ୍ଡଳୀର ବରପଦା ପଞ୍ଚାୟତ ରେ ପହଂଚି ପ୍ରଚାର କରିଛନ୍ତି।
ଏକ ବିରାଟ ପଟୁଆରରେ ଯାଇ ଭୋଟ ଭିକ୍ଷା କରିଛନ୍ତି। ବର୍ଷା ଙ୍କୁ ବିଭିନ୍ନ ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇ ଥିଲା। ତାଙ୍କୁ ଦେଖିବା ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ବର୍ଷାଙ୍କ ସହ ବିଜୁ ଜନତା ଦଳ ର ନେତା ଓ କର୍ମୀ ପ୍ରଚାର ରେ ସାମିଲ ହୋଇଛନ୍ତି। ବଡ଼ଚଣା ବାସୀଙ୍କ ଯେଉଁ ଭଳି ସମର୍ଥନ ମିଳୁଛି ଆଗାମୀ ଦିନରେ ବିଜେଡି ବେଶ ସଫଳତା ପାଇବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।