ରବିବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୋମବାର ପୁରୀରେ କରିବେ ରୋଡ଼ ଶୋ'

Published By : Prameya-News7 Bureau | May 19, 2024 IST

ପୁରୀ ୧୯।୦୫: ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ୟା ୭ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ସିଧାସଳଖ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକ କରିବେ । ଏହା ପରେ ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । 

ସୋମବାର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବଡ଼ଦାଣ୍ଡରେ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ । ସକାଳ ୮ଟାରେ ବଡ଼ଦାଣ୍ଡରେ ଏହି ମେଗା ରୋଡ୍ ଶୋ’ କରିବେ ମୋଦି । ଏହାପରେ ଅନୁଗୋଳ ଓ କଟକରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ସକାଳ ସାଢ଼େ ୯ଟାରେ ଅନୁଗୋଳରେ ଏବଂ ଦିନ ସାଢ଼େ ୧୧ଟାରେ କଟକରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକରେ ମକ୍ ଡ୍ରିଲ୍ କରିଛି ଭାରତୀୟ ବାୟୁ ସେନା । କଟକ ତଳ ବାଲିଯାତ୍ରା ପଡ଼ିଆରେ ଅବତରଣ କରିବ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ହେଲିକପ୍ଟର । ହେଲିପ୍ୟାଡ୍ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ୍ କରିଛି ଏସପିଜି ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.