ଏହା ମୋର ଗ୍ରାଉଣ୍ଡ..., କେଏଲ ରାହୁଲଙ୍କ ପରି ଦିଲ୍ଲୀରେ କୋହଲି କରିବେ ସେଲିବ୍ରେସନ !

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ: ଏହା ମୋର ଗ୍ରାଉଣ୍ଡ...କେଏଲ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ତାରି ହୋମ ଗ୍ରାଉଣ୍ଡ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଏହି ସେଲିବ୍ରେସନ କରିଥିଲେ। ରାହୁଲଙ୍କ ଏହି ସେଲିବ୍ରେସନ ଆରସିବି ଓ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ମନ ଦୁଃଖ କରିଥିଲେ। ତେଣୁ ଏବେ ପ୍ରଶଂସକ ଆଶା ରଖିଛନ୍ତି ଯେ, ଯେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆରସିବି ନିଜର ମ୍ୟାଚ୍ ଦିଲ୍ଲୀରେ ଖେଳିବ, ସେହି ସମୟରେ ବିରାଟ କୋହଲି ଏମିତି ସେଲିବ୍ରେସନ କରନ୍ତୁ। କେଏଲ ରାହୁଲ କର୍ଣ୍ଣାଟକର ଏବଂ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମ ତାଙ୍କର ଘରୋଇ ଗ୍ରାଉଣ୍ଡ। ସେହିପରି ବିରାଟ କୋହଲି ଦିଲ୍ଲୀର ଏବଂ ଅରୁଣ ଜେଟଲୀ ଷ୍ଟାଡିୟମ ତାଙ୍କର ହୋମ ଗ୍ରାଉଣ୍ଡ।

ଦିଲ୍ଲୀ କ୍ୟାପିଟାନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ଏପ୍ରିଲ ୨୭ ତାରିଖରେ ସନ୍ଧ୍ୟା ୭ଟା ୩୦ରେ ଦିଲ୍ଲୀରେ ଖେଳାଯିବ। ଆଇିଏଲରେ ବର୍ତ୍ତମାନର ଫର୍ମକୁ ଦେଖିଲେ ଦୁଇ ଦଳ ଦିଲ୍ଲୀ ଓ ଆରସିବି ପ୍ଲେ ଅଫରେ ପହଞ୍ଚିବାର ଆଶା ରହିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଜିତିବା ଦଳ ଦୁଇ ଅଙ୍କ ହାସଲ କଲେ ପ୍ଲେ ଅଫ୍‌ରେ ପହଞ୍ଚିବାର ସମ୍ଭାବନା ଆହୁରି ବଢିଯିବ। 

ନଅଟି ମ୍ୟାଚ୍‌ରେ ପାଞ୍ଚଟି ଅର୍ଦ୍ଧଶତକ ଲଗାଇଥିବା ବିରାଟ କୋହଲିଙ୍କ ଏହା ହେଉଛି ଘରୋଇ ପଡ଼ିଆ। ବିରୋଧୀ ଦଳ ହେବା ସତ୍ତ୍ଵେ କୋହଲିଙ୍କୁ ଦିଲ୍ଲୀରେ ଦର୍ଶକଙ୍କ ଭରପୂର ସମର୍ଥନ ମିଳିବାର ସମ୍ଭାବନା ରହିଛି। କୋହଲି ସଂପ୍ରତି ଦମଦାର ଫର୍ମରେ ଅଛନ୍ତି ଏବଂ ଏହି ମ୍ୟାଚ୍‌ରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ। ରାହୁଲ ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ସଦସ୍ୟ ନୁହନ୍ତି। ମାତ୍ର ଆଇପିଏଲ୍‌ରେ ଓ୍ଵିକେଟ୍‌ କିପିଂ ଓ ବ୍ୟାଟିଂରେ ତାଙ୍କର ଦମଦାର ପ୍ରଦର୍ଶନ ପରେ ଜାତୀୟ ଚୟନ କମିଟି ତାଙ୍କ ନାଁ ଉପରେ ବିଚାର କରିବେ। 

Also read: ମୋ ପାଇଁ ଦେଶ ଆଗ...ଅର୍ଶଦ ନଦୀମଙ୍କୁ ନିମନ୍ତ୍ରଣ ନେଇ ଗୋଲ୍ଡେନ ବୟଙ୍କ ପ୍ରତିକ୍ରିୟା

ଅଷ୍ଟ୍ରେଲିଆର ଦୁଇ ତାରକା ଦ୍ରୁତ ବୋଲର ଜୋଶ ହେଜେଲଉଡ ଓ ମିଚେଲ୍ ଷ୍ଟାର୍କ ପୂର୍ବରୁ ମଧ୍ୟ ଦେଖାଇ ସାରିଛନ୍ତି ଯେ, ସେମାନେ ନିଜ ନିଜ ଆଇପିଏଲ୍ ଦଳ ପାଇଁ କେତେ ମହତ୍ଵପୂର୍ଣ୍ଣ। ହେଜେଲଉଡ ଟୁର୍ଣ୍ଣାମେଣ୍ଟରେ ୧୬ ଓ୍ଵିକେଟ୍ ଅକ୍ତିକାର କରି ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ରହିଛନ୍ତି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ନିଜର ଗତ ମ୍ୟାଚ୍‌ରେ ୧୯ତମ ଓଭରରେ ଶାଣିତ ବୋଲିଂ କରି ଆରସିବି ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଉ ମିଚେଲ୍ ଷ୍ଟାର୍କ ମଧ୍ୟ ପଛରେ ନାହାନ୍ତି। ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.