ଗୌତମ ଗମ୍ଭୀରକୁ ଧମକପୂର୍ଣ୍ଣ ମେଲ୍ ଦେଇଥିବା ଯୁବକ ଗିରଫ

Published By : Prameya-News7 Bureau | April 26, 2025 IST

internet

ନୂଆଦିଲ୍ଲୀ: କ୍ରିକେଟର ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ଘଟଣାରେ ପୋଲିସ ଗୁଜରାଟର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାଁ ଜିଗ୍ନେଶସିଂହ ପରମାର। ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି। ପୁଲିସ କହିଛି “କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିବା ବ୍ୟକ୍ତି ଗୁଜରାଟର ୨୧ ବର୍ଷୀୟ ଜିଗ୍ନେଶସିଂହ ପରମାର ବୋଲି ଚିହ୍ନଟ କରାଯାଇଛି। ତାକୁ କେନ୍ଦ୍ରୀୟ ଜିଲ୍ଲା ପୋଲିସ ଦଳ ଧରି ପଚରାଉଚରା କରୁଛନ୍ତି। ସେ ଜଣେ ଇଞ୍ଜିନିୟରିଂ ଛାତ୍ର। ତେବେ ତା’ର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ତାଙ୍କ ପରିବାର ଲୋକ ଦାବି କରିଛନ୍ତି। ମାମଲେର ଅଧିକ ତଦନ୍ତ ଜାରି ରହିଛି।” 

ହତ୍ୟା ଧମକ ମିଳିବା ପରେ ଗୌତମ ଗମ୍ଭୀର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ସେ ରାଜିନ୍ଦର ନଗର ପୋଲିସ ଷ୍ଟେସନର ଏସଏଚଓ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଡିସିପିଙ୍କୁ ଏଫଆଇଆର ରୁଜୁ କରିବାକୁ ଆବେଦନ କରିଥିଲେ। ତାଙ୍କ ପରିବାରର ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ପଢନ୍ତୁ- ପାକିସ୍ତାନ ସହିତ କୌଣସି ମ୍ୟାଚ୍ ଖେଳିବା କଥା ନୁହେଁ, ଏମିତିକି ଆଇସିସି ଟୁର୍ଣ୍ଣାମେଣ୍ଟ ବି ନୁହେଁ: ସୌରଭ ଗାଙ୍ଗୁଲି

୨୨ ଏପ୍ରିଲରେ ଦିନ ପହଲଗାମ ଆକ୍ରମଣ ହୋଇଥିଲା। ଆଉ ସେହି ଦିନ ଗମ୍ଭୀରଙ୍କୁ ଦୁଇଟି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଗୋଟିଏ ଅପରାହ୍ନରେ ଏବଂ ଅନ୍ୟଟି ସନ୍ଧ୍ୟାରେ ଆସିଥିବା। ଯେଉଁଥିରେ "IKillU" (ଆଇକିଲ୍‌ୟୁ) ଲେଖା ହୋଇଥିଲା। ତେବେ ଗମ୍ଭୀରଙ୍କୁ ଏପରି ଧମକ ମିଳିବା ପ୍ରଥମ ଥର ନୁହେଁ। ନଭେମ୍ବର ୨୦୨୧ରେ ସେ ସଂସଦ ଥିବା ସମୟରେ ମଧ୍ୟ ତାଙ୍କ ପାଖଖୁ ସମାନ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା।

ମଙ୍ଗଳବାର ଦିନ ଗମ୍ଭୀର ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ଏହି ଆକ୍ରମଣରେ, ବୈସାରଣ ତୃଣଭୂମି ନିକଟରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇବାରୁ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏହା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଘଟଣା ମଧ୍ୟରୁ ଗୋଟିଏ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.