ନୂଆ କୀର୍ତ୍ତିମାନ, ଲମ୍ବ ଡିଅଁରେ ଅଞ୍ଜୁ ବବି ଜର୍ଜଙ୍କ ରେକର୍ଡ ଭାଙ୍ଗିଲେ ସାଇଲି ସିଂହ

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ ୨୬।୦୪ : ଭାଙ୍ଗିଲା ୨୩ ବର୍ଷର ରେକର୍ଡ ।  ଅଞ୍ଜୁ ବବି ଜର୍ଜ୍ଙ୍କ ରେକର୍ଡ ଭାଙ୍ଗିଲେ ସାଇଲି ସିଂହ । ଉତ୍ତରପ୍ରଦେଶରେ ଏହି ଯୁବ ଖେଳାଳି ୨୩ ବର୍ଷ ତଳର ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅଞ୍ଜୁ ବବି ଜର୍ଜଙ୍କ ୬.୪୧ ମିଟରର ଲମ୍ବ ଡିଆଁ ମାରିଥିଲେ । ଯାହାକୁ ୨୬ ଅପ୍ରେଲ ଦିନ ଭାଙ୍ଗିଛନ୍ତି ସାଇଲି ସିଂହ । 

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ଯୋଗ୍ୟତା ପାଇଁ ଲମ୍ବ ଡିଆଁରେ ୬.୪୧ମିଟର ମାର୍କ ରହିଥିଲା । ୬.୪୫ ମିଟର ଡେଇଁ ମାର୍କ ସେଟ୍ କରିଥିଲେ ସାଇଲି । ଯାହାଫଳରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ପାଇଁ ଉତ୍ତରପ୍ରଦେଶର ସାଇଲିଙ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏର୍ଣ୍ଣାକୁଲମର ମହାରାଜ କଲେଜ୍‌ ଗ୍ରାଉଣ୍ଡରେ ଜାତୀୟ ଫେଡରେସେନ କପ୍ ଆଥଲେଟିକ୍ସର ଏହି ରେକର୍ଡ କରିଛନ୍ତି ସାଇଲି । ଏହାସହିତ ତାଙ୍କ ପ୍ରଶିକ୍ଷକ ଏବଂ ଅଭିଜ୍ଞ ଲଙ୍ଗଜମ୍ପର ଅଞ୍ଜୁ ବବି ଜର୍ଜ କରିଥିବା ୨୩ ବର୍ଷ ପୁରୁଣା ରେକର୍ଡ ବି ଭାଙ୍ଗିଛନ୍ତି । ୨୦୦୨ରେ ଅଞ୍ଜୁ କରିଥିବା ୬.୫୯ ମିଟରର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ୨୧ ବର୍ଷୀୟା ସାଇଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.