ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂହଙ୍କ ଦମଦାର ଇନିଂସ । ଅର୍ଦ୍ଧଶତକୀୟ ପାଳି ଖେଳିଲେ ପଞ୍ଜାବ କିଙ୍ଗସର ଦୁଇ ଓପର । ପ୍ରିୟାଂଶ ୬୯ ଓ ପ୍ରଭସିମରନ ୮୩ ରନ୍ କରିଛନ୍ତି । ଫଳରେ କୋଡିଏ ଓଭରରେ ପଞ୍ଜାବ ୨୦୧ ସଂଗ୍ରହ କରିଛି । କୋଲକାତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୨ ରନ୍ କରିବାକୁ ପଡ଼ିବ । ଦଳ ପକ୍ଷରୁ ବୈଭବ ଆରୋରା ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।
ଆଜି କୋଲକାତା ନାଇଟ୍ ରାଇଡର୍ସ ବନାମ ପଞ୍ଜାବ କିଙ୍ଗସ୍ ମୁକାବିଲା ଚାଲିଛି । ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯାଉଛି । ପଞ୍ଜାବ କିଙ୍ଗସ କୋଲକାତାକୁ ୨୦୨ ରନର ଏକ ବଡ଼ ଟାର୍ଗେଟ ଦେଇଛି । ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୪ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଛି । ପ୍ରଭସିମରନ ସିଂହ ୪୯ ବଲ୍ରେ ୮୩ ରନ୍, ଏବଂ ପ୍ରିୟାଂଶ ଆର୍ଯ୍ୟ ୩୫ ବଲ୍ରେ ୬୯ ରନ୍ କରି ପଡ଼ିଆରେ ବିପର୍ଯ୍ୟୟ ଘଟାଇଥିଲେ। ସେ ଦୁଇ ଓପନର ପଞ୍ଜାବକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ଉଭୟେ ପ୍ରଥମ ୱିକେଟରେ ୧୨୦ରନ୍ ର ଭାଗୀଦାରି କରିଥିଲେ । ପ୍ରିୟାଂଶ ଆଉଟ୍ ହେବା ପରେ ପ୍ରଭସିମରନ୍ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୪୦ ରନର ପାର୍ଟନରସିପ୍ କରିଥିଲେ। ଏହାପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ୭ ଏବଂ ମାର୍କୋ ଜନସନ୍ ୩ କରି ପାଭେଲିୟନକ ଫେରିଥିଲେ । ଶ୍ରେୟସ ୧୬ ବଲ୍ରେ ଅପରାଜିତ ୨୫ ରନ୍ କରିଥିଲେ । ଶେଷ ଜୋଶ୍ ଇଙ୍ଗଲିସ୍ ୧୧ ରନ କରି ଦଳୀୟ ସ୍କୋରକୁ ୨୦୧ରେ ପହଞ୍ଚାଇଥିଲେ । କୋଲକାତାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୨ ରନ କରିବାକୁ ପଡ଼ିବ ।