ନୂଆଦିଲ୍ଲୀ ୨୬/୦୪: ସେମାନେ ବର୍ଷ ବର୍ଷ ଧରି ଲଢ଼ି ଆସୁଛନ୍ତି । ଭାରତ-ପାକିସ୍ତାନ ଉତ୍ତେଜନା ନେଇ ଏମିତି କହିଲେ ଟ୍ରମ୍ପ । ପହଲଗାମ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ବହୁତ ଖରାପ ବୋଲି କହିଛନ୍ତି । ଜମ୍ମୁକାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ହଜାର ହଜାର ବର୍ଷ ଧରି ରହିଛି ବିବାଦ । ଦୁଇ ଦେଶ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଦୁଇ ଦେଶ ଏକାଠି ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ । ତେବେ ଏହାରି ଭିତରେ ସେ କହିଛନ୍ତି ପ୍ରତିଶୋଧ ପାଇଁ ବଡ଼ ପ୍ରସ୍ତୁତି ଚାଲିଛି । କାରଣ ପହଲଗାମ୍ ଆକ୍ରମଣ ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରତିଶୋଧ ନେବାକୁ ଚାଲିଛି ବଡ଼ ଧରଣର ପ୍ରସ୍ତୁତି ।
ସୂଚନା ଥାଉକି, ପହଲଗାମ୍ ଆକ୍ରମଣ ପରେ ଘାଟିରେ ଜାରି ରହିଛି ସେନାର ଆକ୍ସନ । ୪ ଜଣ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ପାକିସ୍ତାନ ବିପକ୍ଷରେ ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର ।
ଅଟାରୀ- ୱାଘା ବର୍ଡର ଚେକ୍ପୋଷ୍ଟ ବନ୍ଦ କରି ଦିଆଯାଇଛି । ସାର୍କ ଭିସା ଅଧିନରେ ପାକିସ୍ତାନୀ ଭାରତ ଆସିପାରିବେ ନାହିଁ । ଏହି ଭିସାରେ ଥିବା ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ସବୁ ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ତୁରନ୍ତ ପଦକ୍ଷେପ ନେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।