IPLରେ ବ୍ୟାଟ୍ ଚେକ୍ ସିଷ୍ଟମ: ମୋଟେଇ ପରୀକ୍ଷାରେ ସାର୍ ଜାଡେଜା ଫେଲ୍

Published By : Prameya-News7 Bureau | April 26, 2025 IST

ଚେନ୍ନାଇ ୨୫/୦୪: ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟ୍‌ ମୋଟେଇ ପରୀକ୍ଷାରେ ଫେଲ ମାରିଛି । ଶୁକ୍ରବାର ୪ନଂ ସ୍ଥାନରେ ଜାଡ଼େଜା ବ୍ୟାଟିଂ କରିବାକୁ ଆସିଥିଲେ । ପଡ଼ିଆ ଅମ୍ପାୟାର ତାଙ୍କ ବ୍ୟାଟ୍‌ ପରୀକ୍ଷା କରିଥିଲେ । ମାତ୍ର ବ୍ୟାଟ୍‌ଟି ଆବଶ୍ୟକତାଠୁ ଅଧିକ ମୋଟା ରହିଥିଲା । ତାଙ୍କୁ ବ୍ୟାଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ସେ ୨୧ ରନ କରି ଆଉଟ୍‌ ହୋଇଥିଲେ ।  

ସୂଚନାଥାଉକି, ଚଳିତ ସିଜନରେ ମ୍ୟାଚ୍‌  ସମୟରେ ଖେଳାଳିଙ୍କ ବ୍ୟାଟ୍‌ ମାପ  କରାଯାଉଛି । ନିୟମ ଅନୁଯାୟୀ ବ୍ୟାଟ୍‌ର ଲମ୍ବା  ୩୮ଇଞ୍ଚ କିମ୍ବା ୯୬.୫୨ ସେଣ୍ଟି ମିଟର ଠାରୁ  ଅଧିକ ହୋଇ ପାରିବନାହିଁ । ଠିକ୍‌ ସେହିପରି  ବ୍ୟାଟ୍‌ର ବ୍ଲେଡ୍‌ ପ୪.୨ଇଞ୍ଚ(୧୦.୮ସେମି)  ଚଉଡ଼ା, ୨.୬ଇଞ୍ଜ (୬.୭ସେମି) ମୋଟା ଓ ଏଜ ୧.୫୬(୪.୦ସେମି)ଠୁ  ଅଧିକ ହୋଇପାରିବ ନାହିଁ । ଜାଡ଼େଜାଙ୍କ  ବ୍ୟାଟ୍‌ ପୂର୍ବରୁ ସୁନୀଲ ନାରାଏନ୍‌ ଓ  ଆନରିଚ ନର୍ଜ(କୋଲକାତା ନାଇଟ  ରାଇଡର୍ସ)ଙ୍କ ବ୍ୟାଟ୍‌ ମଧ୍ୟ ମୋଟେଇ  ପରୀକ୍ଷାରେ ବିଫଳ ହୋଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.