ସୋର, ୨୫।୧୧ : ଘରେ କେହି ନଥିବା ବେଳେ ଚୋରି । ସୁନା ଚେନ୍ ସହ ନଗଦ ୧୫ ହଜାର ଟଙ୍କା ଲୁଟିନେଲା ଚୋର । ଏଭଳି ଘଟଣା ଘଟିଛି ଜଣେ ପ୍ରଧାନଶିକ୍ଷକଙ୍କ ଘରେ । ଘଟଣାକୁ ନେଇ ପୋଲିସ ଛାନଭୀନ ଜାରି ରଖିଛି ।

Also Read :- ଛାଡ଼ଖାଇରେ ଆମିଷକୁ ନେଇ ବିଧାନସଭାରେ ବଡ଼ ଖୁଲାସା, ବର୍ଷକୁ କେତେ ମାଛ-ମାଂସ ଖାଉଛନ୍ତି ଓଡ଼ିଶାବାସୀ ?

ରିପୋର୍ଚ ଅନୁସାରେ, ବାଲେଶ୍ୱର ସୋର ଅଞ୍ଚଳରେ ଥିବା ସରକାରୀ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମେରାଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ଘରେ କେହି ନଥିବା ସୁଯୋଗରେ ଚୋର ବାଡ଼ି ପଟ ଦେଇ ଘରେ ପଶିଥିଲା । ଘରୁ ଏକ ସୁନା ଚେନ୍ ଓ ନଗଦ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିବା ବେଳେ ତଦନ୍ତ ଜାରି ରହିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।