ନାମାଙ୍କନ ଭରିଲେ କଟକ ସଦର ସଂରକ୍ଷିତ ବିଧାନସଭା ଆସନର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ, ଭ୍ରଷ୍ଟାଚାରକୁ କରିଛନ୍ତି ମୁଦ୍ଦା

Published By : Prameya-News7 Bureau | May 03, 2024 IST

କଟକ: କଟକ ସଦର ସଂରକ୍ଷିତ ବିଧାନସଭା ଆସନରେ ଏଥର ବିକାଶ ବନାମ ଭ୍ରଷ୍ଟାଚାରକୁ ନେଇ ନିର୍ବାଚନ ଲଢ଼ିବେ ୨ ପ୍ରମୁଖ ପ୍ରତିଦ୍ବନ୍ଦୀ।  ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଉଭୟ ପ୍ରାର୍ଥୀ। 

ଶୁକ୍ରବାର କଟକ ସଦର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ନାମାଙ୍କନ ଭରିଛନ୍ତି। ତାଙ୍କ ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାମହିଁ ତାଙ୍କୁ ନିର୍ବାଚନ ଜିତାଇବ ବୋଲି କହିଛନ୍ତି ଚନ୍ଦ୍ରସାରଥୀ। 


ସେହିଭଳି ନାମାଙ୍କନ ଭରିବା ପରେ ଏହାର ବିପରୀତ କଥା କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ। କଟକ ସଦର ନିର୍ବାଚନୀ କ୍ଷେତ୍ରରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି, ଯାହାକୁ ପ୍ରସଙ୍ଗ କରି ସେ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ପ୍ରକାଶ। ତାହା ସହିତ ଡବଲ ଇଂଜିନ ସରକାରର କଥା ମଧ୍ୟ ଉଠାଇଛନ୍ତି ପ୍ରକାଶ। ଯେହେତୁ ରାଜ୍ୟରେ ଏବେ ପରିବର୍ତନର ହାୱା ବହୁଛି, ତେଣୁ କଟକ ସଦର ନିର୍ବାଚନ ମଣ୍ଡଳୀରେ ଜନଦେଶ ବିଜେପି ସପକ୍ଷରେ ଯିବ ବୋଲି କହିଛନ୍ତି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.