ନାକଟିଦେଉଳରେ ନବୀନଙ୍କ ପ୍ରଚାର, ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍‌

Published By : Prameya-News7 Bureau | May 17, 2024 IST

ବିନିକା: ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ନିର୍ବାଚନୀ ପ୍ରଚାର କରିଛନ୍ତି l ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ମିନି ଷ୍ଟାଡିୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପହଞ୍ଚି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ଲୋକସଭା ସାଂସଦ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବଲପୁରଠାରେ ନିର୍ବାଚନ ସଭା ସାରି ନାକଟିଦେଉଳ କଲେଜ ପଡ଼ିଆ ଠାରେ ହେଲିକପ୍ଟର ଓହ୍ଲାଇବା ପରେ ମିନି ଷ୍ଟାଡିୟମ ଠାରେ ପହଞ୍ଚି ନିର୍ବାଚନୀ ସଭା କରିଥିଲେ l ଏହି ସଭାରେ ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ l 

ଏହି ଅବସରରେ ମୁଖ୍ୟମନ୍ତ୍ରୀ BSKY ଭଲ, ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍‌,5ଟି ସ୍କୁଲ, ଚାଷୀଙ୍କ କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ସମଲେଇ କାମ, ପୁରୀ କାମ ଭଲ କି ? ବୋଲି ପ୍ରଶ୍ନ ପଚାରିଥିଲେ।ଆହୁରି ମଧ୍ୟ ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ବୋଲି ମଧ୍ୟ ପ୍ରଶ୍ନ ପଚାରଥିଲେ। ତେବେ ବିଜେଡି ସରକାର ମାଗଣାରେ ବିଜୁଳି ଦେବେ ଜୁଲାଇ ମାସରେ ଏହି ସେବା ଲାଗୁ ହେବ ବୋଲି  ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ମଧ୍ୟ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ମଧ୍ୟ ଉଦ୍‌ବୋଧନ ରଖି ବିଭିନ୍ନ ପ୍ରତିଶ୍ରୁତି ବିଷୟରେ କହିଥିଲେ। ଯେଉଁଥରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ପ୍ରଥମେ କାମ ବିଜୁଳି ଛାଡ଼, ମିଶନ ଶକ୍ତିଙ୍କ ପାଇଁ ଭତ୍ତା ସୁବିଧା ରହିଥିବା ନେଇ କହିଛନ୍ତି।ନାକଟିଦେଉଳରେ ନବୀନଙ୍କ ପ୍ରଚାର, ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.