ଭାରସାମ୍ୟ ହରାଇଲା କାର୍‌, ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଦେଲା ଜୋରଦାର ଧକ୍କା

Published By : Prameya-News7 Bureau | May 18, 2024 IST

ବାଲିପାଟଣା ୧୮।୦୫ : କାର୍‌ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା-ନିମାପଡ଼ା ରାସ୍ତା ଆଇତଳଙ୍ଗ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଏକ କାର୍‌ଟି ନିମାପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ହେଲେ ହଠାତ୍‌ ବାଲିପାଟଣା-ନିମାପଡ଼ା ରାସ୍ତା ଆଇତଳଙ୍ଗ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଏହି ଦୁର୍ଘଟଣା ଏତେ ଜୋରଦାର ଥିବା ଯେ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିବା ସହ ୨୦ ଫୁଟ୍‌ ଦୂରକୁ ଛିଟିକି ପଡିଥିଲା । ଏହାସହିତ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗିରୁଜି ଯାଇଛି । ତେବେ କାର୍‌ ଚାଲୁଥିବା ସମୟରେ କେତେ ଜଣ ଥିଲେ ? ଏହି ଦୁର୍ଘଟଣାରେ କେତେ ଜଣ ଆହତ ହୋଇଛନ୍ତି । ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.