ନୂଆଦିଲ୍ଲୀ: modi earring, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓମାନ ଗସ୍ତ (୨୦୨୫ ଡିସେମ୍ବର ୧୭-୧୮), ଉଚ୍ଚସ୍ତରୀୟ କୂଟନୀତି ଏବଂ ଏକ ଭବ୍ୟ ସ୍ୱାଗତ ସମାରୋହରେ ପରିପୂର୍ଣ୍ଣ ଥିଲା। ଓମାନ ସହିତ ଏଫଟିଏ ଡିଲ୍ ହୋଇଥିଲା। ଓମାନର ସୁଲତାନ ହେଥମ ବିନ ତାରିଖ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ ଓମାନରେ ସମ୍ମାନିତ ବି କରିଥିଲେ।। ଏସବୁ କାର୍ଯ୍ୟକ୍ରମ ପରେ ଯାହା ଏବେ ଅଧିକ ଚର୍ଚ୍ଚା ସାଉଁଟୁଛି, ତାହା ହେଲା ମୋଦୀଙ୍କ ଇଅର ରିଙ୍ଗ, ବା ତାଙ୍କ କାନଫୁଲ।

ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଓମାନ ବିମାନ ବନ୍ଦରରେ ଅବତରଣ କରୁଥିଲେ, ସେତେବେଳେ ତାଙ୍କ କାନରେ ଇଅର ରିଙ୍ଗ ଝୁଲୁଥିବା ମିଡିଆ ଲେନ୍ସରେ କଏଦ୍ ହୋଇଥିଲା। ଯାହା ଖୁବ୍ ଚକ୍ ଚକ୍ ବି କରୁଥିଲା। ଆଉ ଏହି ଇଅର ରିଙ୍ଗକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।

ଏମିତିରେ ବି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସ୍ୱତନ୍ତ୍ର ଫ୍ୟାଶନ୍ ପାଇଁ ବିଶ୍ୱରେ ଖୁବ୍ ଜଣାଶୁଣା ହୋଇଛନ୍ତି। ତାଙ୍କ ପୋଷାକ ପରିପାଟି, ତାଙ୍କ ଭାଷଣ ଶୈଳୀରେ ଓ ସ୍ୱାଗତ କରିବାରେ ଯେଉଁ ଶୈଳୀ ଅଛି ତାହା ବିଶ୍ୱରେ ଖୁବ୍ ପରିଚିତ। ହେଲେ ହଠାତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାନରେ ଏଭଳି ଚକ୍ ଚକ୍ କରୁଥିବା ଇଅର ରିଙ୍ଗ ଦେଖି ସମସ୍ତଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି।

କ’ଣ ଏହା ଓମାନର ଏକ ସାଂସ୍କୃତିକ ପ୍ରତୀକ କି ? କିମ୍ବା ଓମାନରେ ଓହ୍ଲାଇବା ପୂର୍ବରୁ ଓମାନ ସରକାରଙ୍କ ପକ୍ଷରୁ ସମ୍ମାନ ପୂର୍ବକ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଇଅର ରିଙ୍ଗ ପିନ୍ଧିବାକୁ ଅନୁରୋଧ କରାଯାଇଥିଲା କି ? ଏଭଳି ନାନା କଥା ଚର୍ଚ୍ଚା ହେଉଛି। ଆପଣଙ୍କ ମନରେ ବି ଏଭଳି ପ୍ରଶ୍ନ ନିଶ୍ଚୟ ଉଠୁଥିବ। ଆପଣଙ୍କ ପ୍ରଶ୍ନର ଉତ୍ତର ଆମେ ଦେବୁ। ପ୍ରକୃତରେ ମୋଦୀଙ୍କ କାନରେ ଚକ୍ଚକ୍ କରୁଥିବା ଏଇ ଇଅର ରିଙ୍ଗ କୌଣସି ଅଳଙ୍କାର ନୁହେଁ, ବରଂ ଏହା ଏକ ଉଚ୍ଚ ମାନର ଟ୍ରାନ୍ସଲେଟର ବା ଅନୁବାଦକ ଯନ୍ତ୍ର। କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନା ?

ପ୍ରଧାନମନ୍ତ୍ରୀ ମୋଦୀ ଓମାନରେ ବିମାନରୁ ଓହ୍ଲାଇବା ପରେ ସେ ତାଙ୍କୁ ତାଙ୍କ ପ୍ରତିପକ୍ଷ ସିଦ୍ଦିକ୍ ବିନ୍ ତାହିର ଅଲ୍ ସଇଦ ଓ ତାଙ୍କ ପ୍ରତିରକ୍ଷା ଡେପୁଟି ସ୍ପାଗତ କରିଥିଲେ। ଏହି ସମୟରେ ମୋଦୀ ଏହି ଟ୍ରାନ୍ସଲେଟର ଇଅର ରିଙ୍ଗ ପିନ୍ଧିଥିଲେ। ମୋଦୀ ପ୍ରତିପକ୍ଷଙ୍କୁ କୋଳାଗ୍ରତ କରୁଥିବା ସମୟରେ ଏଇ ଯନ୍ତ୍ରଟି ଖୁବ୍ ଝଲସୁଥିଲା। ତେଣୁ ଏହା ମିଡିଆ କ୍ୟାମେରାରେ ବି କଏଦ ହୋଇଥିଲା।

ଏହି ଛୋଟିଆ ଟ୍ରାନ୍ସଲେଟର ଏତେ ଶକ୍ତିଶାଳୀ ଯେ ଏହା ପିନ୍ଧିବା ଦ୍ୱାରା ଦୁଇ ନେତା ପରସ୍ପର ଆଖିକୁ ଆଖି ମିଶାଇ କଥା ହୋଇପାରିବେ ଓ ଏହା ଉଭୟଙ୍କ ଭାଷାର ନିର୍ଭୁଲ ଅନୁବାଦ କରିଦେବ। ଏହି ଇଅର ରିଙ୍ଗ୍ ଉଭୟ ଆରବିକ, ଇଂଲିସ୍ ଏବଂ ଅନ୍ୟାନ୍ୟ ଭାଷାରେ ଅନୁବାଦ କରିପାରିବ।