ଭୁବନେଶ୍ୱର ୦୫।୧୧ : IAS ସ୍ତରରେ ଅଦଳବଦଳ । ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ । ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଗିରିଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ଅଶ୍ୱତୀ ଏସ୍.ଙ୍କୁ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ମିଳିଛି । ଅନ୍ୟପଟେ ଓଏଫ୍ଡିସି ଅଧ୍ୟକ୍ଷ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି ।

ଖବର ଅପଡେଟ ଜାରି ରହିଛି...