ଆମେରିକାରେ ଓଡିଆ ବୈଜ୍ଞାନିକଙ୍କ ସଫଳତା, ୬୦୦ ଡିଗ୍ରୀ ତାପମାତ୍ରାରେ କାମ କରୁଥିବା ତିଆରି କଲେ ମେମୋରୀ

Published By : Prameya-News7 Bureau | May 08, 2024 IST

ସମ୍ବଲପୁର:  ଆମେରିକାରେ ଓଡିଆ ବୈଜ୍ଞାନିକଙ୍କ ସଫଳତା | ୬୦୦ ଡିଗ୍ରୀ ସେଲିସିୟସ ତାପମାତ୍ରାରେ ବି କାର୍ଯ୍ୟ କରିବାର ଦକ୍ଷତା ରଖୁଥିବା ନନ୍- ଭୋଲାଟାଇଲ ମେମୋରୀ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ ଧିରେନ ପ୍ରଧାନ।  ବିଶ୍ବର ସମ୍ମାନ ଜନକ ପତ୍ରିକା ନେଚର ଇଲେକଟ୍ରୋନିକ୍ସରେ ଏହି ଓଡିଆ ବୈଜ୍ଞାନିକଙ୍କ ଗବେଷଣା ପ୍ରକାଶିତ ହୋଇଛି | 

Also read: ଅଚାନକ୍ ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ, ୭୮ ବିମାନର ଉଡ଼ାଣ ବାତିଲ

ଆମେରିକାର ୟୁନିଭର୍ସିଟି ଅଫ୍ ପେନସିଲଭାନିଆ। ଏହିଠାରେ ନିଜ ସ୍ବପ୍ନ ବୁଣୁଛନ୍ତି ଓଡ଼ିଆ ବୈଜ୍ଞାନିକ ଧିରେନ ପ୍ରଧାନ। ଧିରେନ ଆମେରିକାର ସମ୍ମାନଜନକ ନେଚର ଇଲେକ୍ଟ୍ରୋନିକ୍ସ ପତ୍ରିକାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଧିରେନ। ସେ ତିଆରି କରିଛନ୍ତି  ନନ୍- ଭୋଲାଟାଇଲ ମେମୋରୀ।  ୬ଶହ ଡିଗ୍ରି ତାପମାତ୍ରାରେ ବି ଏହି ମେମୋରି ଚିପ୍ କାମ କରିବାର ଦକ୍ଷତା ରଖିଛି। ବଜାରରେ ଉପଲବ୍ଧ ନନ୍-ଭୋଲାଟାଇଲ ମେମୋରୀ କେବଳ ୨୨୫ ଡିଗ୍ରି ସେଲସିୟସ ତାପମାତ୍ରା ଯାଏଁ କାର୍ଯ୍ୟ କରିପାରିଥାଏ। କିନ୍ତୁ  ଏହି ନନ୍-ଭୋଲାଟାଇଲ ମେମୋରୀ ମହାକାଶ ଅନୁସନ୍ଧାନ, ଏରୋସ୍ପେସ୍ , ଗଭୀର , ଖଣି ଖନନ, ତୈଳ ଓ ଗ୍ୟାସ ଅନୁସନ୍ଧାନ, ଆଣବିକ ଶକ୍ତି କେନ୍ଦ୍ର ଏବଂ ଅନ୍ୟାନ୍ୟ ଉଚ୍ଚ ତାପମାତ୍ରା ଥିବା ପରିବେଶରେ ବ୍ୟବହାର କରାଯାଇପାରିବ। ବୁଧ ଓ ଶୁକ୍ର ଗ୍ରହପୃଷ୍ଠର ତାପମାତ୍ରା ୪ଶହରୁ ୫ଶହ ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥାଏ। ଯେଉଁଠାରେ ସାଧାରଣ ମେମୋରୀ କାର୍ଯ୍ୟ କରିନଥାଏ  ସେଠାରେ ଏହି ନନ୍- ଭୋଲାଟାଇଲ ମେମୋରୀ କାର୍ଯ୍ୟ କରିପାରିବ। 

ଧିରେନ ସଫଳତାର ପ୍ରଥମ ପାହାଚ ଚଢ଼ିଥିଲେ ନିଜ ଛୋଟ ଗାଁରୁ। ବଣଜଙ୍ଗଲ ଘେରା ନାକଟିଦେଉଳରେ ତାଙ୍କର ଜନ୍ମ।  ଦାଶରଥୀ ପ୍ରଧାନ ଓ ମୁକ୍ତାମୟୀ ପ୍ରଧାନଙ୍କ ଦ୍ଵିତୀୟ ପୁତ୍ର ଅଟନ୍ତି ଧିରେନ। ପେନସିଲଭାନିଆ ବିଶ୍ବ ବିଦ୍ୟାଳୟରେ ଗବେଷଣାରତ ଧୀରେନ ଓ ତାଙ୍କ ସହଯୋଗୀମାନେ ଏହି  ନନ୍- ଭୋଲାଟାଇଲ ମେମୋରୀ ବିକଶିତ କରିଛନ୍ତି। ୪୫ ନାନୋମିଟର ଆଲୁମିନିୟମ ସ୍କାଣ୍ଡିୟମ ନାଇଟ୍ରାଇଡ଼ ନାମକ ଏକ ଫେରୋଇଲେକଟ୍ରିକ ପଦାର୍ଥ ବ୍ୟବହାର କରି ବିକଶିତ କରିଛନ୍ତି। ତାଙ୍କର ଏହି ସଫଳତା ଆମେରିକାରେ ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଏହା ସମ୍ବଲପୁର ବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି।  ନାସା, ଇସ୍ରୋ ଭଳି ଅନ୍ୟ ଦେଶର ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ଗୁଡ଼ିକ ଏହି ମେମୋରୀକୁ ମହାକାଶ ଗବେଷଣା ପାଇଁ ବ୍ୟବହାର କରି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.