ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସ୍ମୃତିରେଖା ପହିଙ୍କ ପ୍ରଚାର

Published By : Prameya-News7 Bureau | May 19, 2024 IST

ଚଣ୍ଡିଖୋଲ: ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର। ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଏହି କ୍ରମରେ ଯାଜପୁର ଧର୍ମଶାଳା ବିଜେପି ବିଧାୟକ ପାର୍ଥି ସ୍ମୃତିରେଖା ପହି ପ୍ରଚାରକୁ ଜୋରଦାର କରିଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୩ନମ୍ବର ଜୋନର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିଛନ୍ତି ସ୍ମୃତିରେଖା ପହି। 

ରବିବାର ଏକ ବାଇକ ଶୋଭାଯାତ୍ରାରେ ନିଜର ସମର୍ଥକଙ୍କ ସହ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ଭୋଟ ଭିକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ବିଧାୟକ ପ୍ରାର୍ଥୀଙ୍କୁ ଜୋରଦାର ସ୍ୱାଗତ କରାଯାଇ ଥିଲା। ଧର୍ମଶାଳା ବିଜେପିର ନେତା ଓ କର୍ମୀମାନେ ବାଇକ ଶୋଭାଯାତ୍ରାରେ ଯାଇ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଧର୍ମଶାଳାରେ ଯେଉଁଭଳି ଭାବେ ଲୋକଙ୍କ ସମର୍ଥନ ମିଳୁଛି ଆଗାମୀ ଦିନରେ ବିଜେପିକୁ ସଫଳତା ମିଳିବ ବୋଲି ବିଧାୟକ ପାର୍ଥି ସ୍ମୃତି ରେଖା ପହି କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.