ଅଚାନକ୍ ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ, ୭୮ ବିମାନର ଉଡ଼ାଣ ବାତିଲ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ ୦୮/୦୫: ଅଚାନକ୍ ଅସୁସ୍ଥତା । ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ । ବାତିଲ୍ ହେଲା ୭୮ ବିମାନର ଉଡ଼ାଣ । ମଙ୍ଗଳବାର ରାତିରୁ ବାତିଲ୍ ହୋଇଛି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ । ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ସମସ୍ତ କର୍ମଚାରୀ ଏକସଂଗେ ଛୁଟିରେ ଚାଲି ଯାଇଛନ୍ତି । 

ସୂଚନା ଥାଉକି, ମଙ୍ଗଳବାର ହଠାତ୍‌ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ । ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇଯାଇଛି । ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି । 

ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି। ଫଳରେ ଅନିଚ୍ଛା ସତ୍ତ୍ୱେ ଆମକୁ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍‌କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି। ଆମ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍‌ ନିରନ୍ତର ରୂପେ କାମ ଚାଲୁ ରଖିଛି । ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଅଛୁ । ଆମେ ସମସ୍ତଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.