କାମ କରୁଥିବା ଦୋକାନରୁ କରୁଥିଲେ ଚୋରି , ବନ୍ଧା ହେଲେ ତିନି ଦୋକାନ କର୍ମଚାରୀ

Published By : Prameya-News7 Bureau | May 19, 2024 IST

କଟକ: ଖେଳ ସାମଗ୍ରୀ ଦୋକାନରୁ ଲୁଟ କରି ବନ୍ଧା ହେଲେ ତିନି ଦୋକାନ କର୍ମଚାରୀ। ଏହି କର୍ମଚାରୀମାନେ କ୍ରିକେଟ ବ୍ୟାଟ୍‌,  ବଲ୍‌, ଖେଳ ଜର୍ସି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିଲେ। 

ସୂଚନା ଅନୁଯାୟୀ, ସ୍ଥାନୀୟ ହରିପୁର ରୋଡ୍‌ ସ୍ଥିତ ସାନିଆ ସ୍ପୋର୍ଟସ ଦୋକାନରେ କାମ କରୁଥିବା ତିନି କର୍ମଚାରୀ ଆଶୀର୍ବାଦ ହରିଚନ୍ଦନ, ପାପୁନି ନାଏକ, ଶେଖ ରିୟାସଦ ତେବେ ଏମାନେ ଏକ ନକଲି ଚାବି ଦ୍ବାରା ଦୋକାନରୁ ଲୁଟ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ। ସେମାନଙ୍କ ଠାରୁ ଲୁଟ୍‌ ସାମଗ୍ରୀ ମଧ୍ୟ ଜବତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.