ଆସିକା: ଗ୍ୟାସ୍ ଚୁଲାରୁ ପୋଡ଼ି ହୋଇ ପୋଲିଙ୍ଗ ଅଫିସର ଗୁରୁତର। ଗୁରୁତର ପୋଲିଙ୍ଗ ଅଫିସର ଜଣକ ହେଲେ ୪୮ ବର୍ଷୀୟ ସୁଭାଷ ଚନ୍ଦ୍ର ପାତ୍ର।
ସୂଚନା ଅନୁଯାୟୀ, ସୁବାସ ଆସିକା ସୁଗାର ଫ୍ୟାକ୍ଟ୍ରିରେ ଏନାମର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତର ପଦନାପୁର ଗ୍ରାମରେ 103 ନମ୍ବର ବୁଥରେ ପୋଲିଙ୍ଗ ଅଫିସର ରୂପେ ଦାୟିତ୍ୱ ଦିଆ ଯାଇଥିଲା ।
ତେବେ ସେଠାରେ ବୁଥ ଦାୟିତ୍ବରେ ଥିବା କର୍ମଚାରୀ ମାନେ ସ୍କୁଲ ରୁମରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ସୁବାଷ ଆହାତ ହୋଇଥିଲେ। ତାଙ୍କ ଦୁଇ ଗୋଡ଼ ପୋଡି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଶେରଗଡ଼ ପରେ ଧରାକୋଟ ସେଠାରୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି।