LIVE TV

ସରିଲା ଲୁଚକାଳି ଖେଳ, ଧରାପଡିଲେ ଥାର୍ ମାଲିକ: ପୁରୀରୁ ବାନ୍ଧିଲା ଖଣ୍ଡଗିରି ପୋଲିସ

NEWS7
thar owner

ଭୁବନେଶ୍ୱର ୨୪/୦୯: ସରିଲା ଲୁଚକାଳି ଖେଳ । ଧରାପଡିଲେ ଥାର୍ ମାଲିକ । ଥାର୍ ମାଲିକ ସୋମନାଥ ବେହେରାଙ୍କୁ ପୁରୀରୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । ଥାର ଦୁର୍ଘଟଣା ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ । 
ସୂଚନା ଥାଉକି, ଗତ ରାକ୍ଷୀ ପୂର୍ଣ୍ଣମୀ ଦିନ ଦିନ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ୨ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର ପରେ ଚିକିତ୍ସିତ ଅବସ୍ଥାରେ ମା’ର ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ବି ବଢ଼ିଥିବା ବେଳେ ମୃତକଙ୍କ ପରିବାର ଲୋକ ଟାୟାର ଜାଳି ରାସ୍ତା ରୋକ କରିବା ସହ ପ୍ରତିବାଦ କରିଥିଲେ । ପୋଲିସ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।
ଭୁବନେଶ୍ଵର ହିଟ୍ ଆଣ୍ଡ ରନ୍ କେସରେ ଥାର ମାଲିକ କିଏ ଜଣାପଡିଥିଲ ମଧ୍ୟ ତାଙ୍କୁ ଧରିବାରେ ଫେଲ୍ ମାରିଥିଲା ପୋଲିସ । ଏମିତିକି ଥାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ନେଇ ଚର୍ଚ୍ଚା ହୋଇଥିଲା । ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ସୂଚନାରୁ ଜଣାପଡ଼ିଥିଲା ।