ପୁରୀ ୧୨।୧: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ।  ପ୍ରସୂତିଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ମହିଳା ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ପ୍ରସୂତି ଜଣଙ୍କ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୦ ତାରିଖରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ସୋମବାର ମହିଳାଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମହିଳା ଜଣଙ୍କ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଯତ୍ନ ବିଭାଗ ଚିକିତ୍ସିତ ଥିଲେ । ମହିଳାଙ୍କ ମୃତ୍ୟୁର ସଠିକ୍ କାରଣ ନ ଜଣାପଡିବା ଯାଏଁ ମୃତଦେହ ନେବେ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରି ବସିଛନ୍ତି । ହସ୍ପିଟାଲ ପରିସରରେ କୁମ୍ଭାରପଡ଼ା ଥାନା ପୋଲିସ ମୁତୟନ ଅଛନ୍ତି । ଯେପରି କିଛି ଅପ୍ରିତୀକର ପରିସ୍ଥିତି ନଉପୁଜେ ସେଥିପ୍ରତି ପୋଲିସ ନଜର ରଖିଛି ।