ମୁମ୍ବାଇ ୧୪।୯: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିୟା କପ୍ ୨୦୨୫କୁ ନେଇ ଦେଶରେ ଉତ୍ତେଜନାମୂଳକ ବାତାବରଣ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲୋକେ ଏହି ମ୍ୟାଚ୍ କୁ ବିରୋଧ କରୁଛନ୍ତି। ଏଥିରେ କେବେ ସରକାର ତ ଆଉ କେବେ ବିସିସିଆଇ ଓ କେତେବେଳେ ଖେଳାଳୀଙ୍କ ଉପରେ ଲୋକେ ପ୍ରଶ୍ନବାଚୀ ଲଗାଉଛନ୍ତି। ଏଥିରେ ଏବେ ଖବର ଆସୁଛି ଖେଳାଳି ମଧ୍ୟ ଏହି ମ୍ୟାଚ୍ କୁ ‘ବିରୋଧ’ କରିବେ। ସେମାନେ ସାଂକେତିକ ଭାବେ ସେମାନଙ୍କ ବିରୋଧ ପ୍ରଦର୍ଶନ କରିବେ ବୋଲି ଖବର ଆସୁଛି।

୨୨ ଏପ୍ରିଲ ପହଲଗାମ ଆକ୍ରମଣ ଘଟଣାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିଲା। ଏହା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ ମ୍ୟାଚ୍ କୁ ବୟକଟ୍ କରିବାକୁ ଦାବି ହୋଇ ଆସୁଛି। ଏଣୁ ଏସିୟା କପ ୨୦୨୫ ପାକିସ୍ତାନ ସହ ମ୍ୟାଚ୍ କୁ ବୟକଟ କରିବା ଦାବିରେ ଟିମ୍ ଇଣ୍ଡିଆ ପ୍ଲେୟର୍ସଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ଏହା ପୂର୍ବରୁ ୱାର୍ଲଡ ଚାମ୍ପିୟନସିପ୍ ଅଫ ଲିଜେଣ୍ଡସ୍ ରେ ପ୍ଲେୟରମାନେ ବୟକଟ୍ କରି ମ୍ୟାଚ୍ କୁ ବାତିଲ କରାଇ ଦେଇଥିଲେ। ହେଲେ ଏଥର ମ୍ୟାଚ୍ ହେବ ଏହା ପୁଷ୍ଟି ହୋଇ ସାରିଛି।

ଏହି ମ୍ୟାଚ୍ କୁନେଇ ଜାରି ବିବାଦର ପ୍ରଭାବ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ମଧ୍ୟ ଦେଖାଯାଇଛି। ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ଭାରତୀୟ ପ୍ଲେୟର୍ସ ମଧ୍ୟ ଏହି ମ୍ୟାଚ୍ କୁ ସାଂକେତିକ ବିରୋଧ କରିବାକୁ ପ୍ଲାନ କରୁଛନ୍ତି। ଏନଡିଟିଭି ରିପୋର୍ଟରେ କୁହାଯାଇଛି ଯେ ପ୍ଲେୟର୍ସ ପ୍ରତିକାତ୍ମକ ବିରୋଧ କରିପାରନ୍ତି। ଏହା ପାକିସ୍ତାନ ଟିମ୍ ସହିତ ହାତ ନ ମିଳାଇ, କଳା ପଟି ବାନ୍ଧି ଅଥବା ଅନ୍ୟ  ସମ୍ଭାବିତ ଉପାୟରେ ଭାରତୀୟ ଟିମ୍‌ ବିରୋଧ କରିପାରେ। ଏହା କୌଣସି ଇସାରା ଭଳି ହୋଇ ପାରେ। ଯେଉଁଥିରୁ ସ୍ପଷ୍ଟ ହେବ ପ୍ରତ୍ୟେକ ଭାରତୀୟ ପାକିସ୍ତାନ ପ୍ରତି କିପରି ଭାବନା ରଖୁଛନ୍ତି।

ଶନିବାର ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାରତର ସହାୟକ କୋଚ୍ ରୟାନ ଟେନ୍ ଡୋଏସେଟ୍ ସ୍ୱୀକାର କରିଥିଲେ ପୁରା କ୍ୟାମ୍ପ ମ୍ୟାଚ୍ କୁ ନେଇ ଲୋକଙ୍କ ଭାବନା ସମ୍ପର୍କରେ ଅବଗତ। ଟେନ୍ ଡୋଏସଟ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆମେ ନିଶ୍ଚିତ ରୂପେ ଲୋକଙ୍କ ଭାବନା ଓ ପ୍ରବଳ ଭାବନା ସମ୍ପର୍କରେ ଅବଗତ।