କୋଲକାତା: ପ୍ରାୟ ଦୀର୍ଘ ୨୦ ବର୍ଷ ପରେ କୋଲକାତାରେ ପାଦ ରଖିବାକୁ ଯାଉଛନ୍ତି ପ୍ରଖ୍ୟାତ ବାଂଲାଦେଶୀ ଲେଖିକା ତସଲିମା ନସରୀନ। ଅଗଷ୍ଟ ୧ ତାରିଖରେ କୋଲକାତାର ରବୀନ୍ଦ୍ର ସଦନରେ ମୌଳବାଦୀ ବିରୋଧୀ କବି ଏବଂ ଲେଖକମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଯାହାର ସୂଚନା ତସିଲୀମା ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସୋସିଆଲ୍ ମିଡିଆରେ ତସଲୀମାଙ୍କର ଏହି ସୂଚନା ପରେ ସାହିତ୍ୟିକ ଏବଂ ସାଂସ୍କୃତିକ ମହଲରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୦୭ ମସିହାରେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାରଥିବା ବେଳେ ତସଲିମା ନାସରିନଙ୍କୁ କୋଲକାତା ଛାଡିବାକୁ ପଡ଼ିଥିଲା। ତାଙ୍କ ଲେଖାକୁ ନେଇ ମୌଳବାଦୀ ଇସ୍ଲାମ ଗୋଷ୍ଠୀ ତୀବ୍ର ବିରୋଧ କରିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ହାତ ବାହାରକୁ ଚାଲିଯାଇଥିଲା। ଫଳରେ ନାସରୀନଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା।

Also Read- ୨୬ ବର୍ଷ ପରେ ଜେଲ୍ରୁ ମୁକୁଳିବେ ଦାରା ସିଂହ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସେହିଦିନ ଠାରୁ କୋଲକାତାରେ ଯେ କୌଣସି ସ୍ଥାନରେ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଲେ ବି ତସଲିମାନଙ୍କୁ ଏଣ୍ଟ୍ରି କରିବକାକୁ ଦିଆଯାଇ ନାହିଁ। ମୁସଲମାନ ମୌଳବାଦୀମାନେ ତାଙ୍କୁ କୋଲକାତାରେ ଏଣ୍ଟ୍ରି କରିବାକୁ ଦେଇ ନାହାନ୍ତି। ଏମିତିକ ମମତା ସରକାର ଥିବା ସମୟରେ ବି ତାଙ୍କୁ ମୌଳବାଦୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ଆଜି ସେଠାରେ ବିଜେପି ସରକାର ଆସିବା ପରେ ତସଲିମା ପୁଣିଥରେ କୋଲକାତା ଫେରିବାକୁ ସୁଯୋଗ ପାଇଛନ୍ତି।

ଏଥର, ତାଙ୍କୁ ଧର୍ମନିରପେକ୍ଷ ମିଶନ ଏବଂ ମାନବାଧିକାର ଏବଂ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମୀ ଫାଉଣ୍ଡେସନ (HRBFF) ଦ୍ୱାରା ନିମନ୍ତ୍ରଣ କରାଯାଇଛି। ମୌଳବାଦ ବିରୁଦ୍ଧରେ ତସଲିମାଙ୍କର ଦୀର୍ଘକାଳୀନ ବିରୋଧ ଏବଂ ଅଭିବ୍ୟକ୍ତି ସ୍ୱାଧୀନତାର ସମର୍ଥନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ନିମନ୍ତ୍ରଣ କରାଯାଇଛି ବୋଲି ଆୟୋଜକମାନେ କହିଛନ୍ତି।

ନସରିନଙ୍କ ଘର ବାଂଲାଦେଶରେ। ଯେହେତୁ ପଶ୍ଚିମବଙ୍ଗ ବାଂଲାଦେଶ ସହ ଜଡ଼ିତ ଓ ବଙ୍ଗଳବା ଭାଷାର ଏହାର ମାତୃଭାଷା। ତେଣୁ ତସଲିମା ପ୍ରାୟତଃ କୋଲକାତାକୁ ତାଙ୍କ ହୃଦୟର ସବୁଠାରୁ ନିକଟତମ ସହର ବୋଲି କୁହନ୍ତି। ହେଲେ ଧାର୍ମିକ ମୌଳବାଦୀ ଗୋଷ୍ଠୀଗୁଡ଼ିକର ବିରୋଧ ଏବଂ ବାରମ୍ବାର ସୁରକ୍ଷା ଚିନ୍ତା ଯୋଗୁ ପ୍ରାୟ ୨୦ ବର୍ଷ ହେଲା ସେ ତାଙ୍କ ପ୍ରିୟ ସହରରୁ ଦୂରେଇ ରହିଥିଲେ।

ମହିଳା ଅଧିକାର, ଧର୍ମନିରପେକ୍ଷତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ତାଙ୍କର ସ୍ପଷ୍ଟ ମତ ପାଇଁ ସେ ସାରା ବିଶ୍ୱରେ ବେଶ୍ ଜଣାଶୁଣା। ନସରିନ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଁଟିଛନ୍ତି ଓ ବିବାଦୀୟ ବି ହୋଇଛନ୍ତି। ଇସ୍ଲାମର ରକ୍ଷଣଶୀଳ ଚିନ୍ତାଧାରାକୁ ନେଇ ତାଙ୍କର ସମାଲୋଚନା ପାଇଁ ସେ ଅତୀତରେ ବିବାଦୀୟ ହୋଇପଡ଼ିଥିଲା। ଶେଷରେ ତାଙ୍କର ଲେଖା ପାଇଁ ତାଙ୍କୁ ନିଜ ଦେଶ ବାଂଲାଦେଶରୁ ନିର୍ବାସିତ ହେବାକୁ ପଡ଼ିଥିଲା। ଏବେ ଯେହେତୁ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଗଷ୍ଟରେ ୧ ରେ କୋଲକାତା ଆସୁଛନ୍ତି, ତେଣୁ ଏହି କାର୍ଯ୍ୟକ୍ରମ ଶାନ୍ତିରେ ହେଉଛି କି ପୁଣି ମୁସ୍ଲିମ ମୌଳବାଦୀ ବିରୋଧ କରୁଛନ୍ତି, ତାହା ଦେଖିବା ବାକି ରହିଲା।