ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଓଡିଶା ସରକାରଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ‘ମହାପ୍ରଭୁ ଜନଗନ୍ନାଥ’ ନାମକ ଏକ ଆନିମେଟେଡ ଫିଲ୍ମର ରିଲିଜ ନିମନ୍ତେ ପୂର୍ବରୁ ଦିଆଯାଇଥିବା ଆଦେଶରେ ସଂଶୋଧନ ଦାବି କରାଯାଇଥିଲା। କୋର୍ଟ କହିଛନ୍ତି ଯେ ରଚନାତ୍ମକତା, କଳା ଓ ସଂସ୍କୃତିକୁ କେବଳ ଏଥି ପାଇଁ ସୀମିତ କରାଯାଇ ପାରିବନି କାରଣ କିଛି ଲୋକେ ଦେବୀ ଦେବତାଙ୍କ ଲାଗି ସମ୍ବେଦନଶୀଳ। ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ଓଡିଶାରେ ରଥଯାତ୍ରା ଉତ୍ସବ ପରେ ଫିଲ୍ମକୁ ମୁକ୍ତିଲାଭ ଅନୁମତି ଦେଇଥିବା ନିଜର ପୂର୍ବ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆନିମେସନ ପିଲାଙ୍କୁ ସଲଗ୍ନ କରିବା ପାଇଁ ରଚନାତ୍ମକତାର ଏକ ରୂପ।

ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ‘ଯଦି ଏପରି ସମ୍ବେଦନଶୀଳତା ଜାରି ରହେ ଓ ଲୋକେ ଆବେଦନ ପରେ ଆବେଦନ ରୁଜୁ କରିବେ ତେବେ ଆମେ ହିନ୍ଦୁ ଦେବୀଦେବତାଙ୍କ ସମ୍ପର୍କରେ ଆଦେଶ ଗୃହୀତ କରିବାକୁ ପଡିବ ଯେ ରଚନାତ୍ମକତା ଆଉ ରହିବ ନାହିଁ’। ଟେଲିଭିଜନରେ ରାମାୟାଣ ବନ୍ଦ ହୋଇଯିବ ଓ ଦେବୀ ଦେବତାଙ୍କ ଉପରେ କୌଣସି ପ୍ରକାରର କଳା ସୃଜନ ହୋଇ ପାରିବନି। ବିଚାରପତି କହିଛନ୍ତି ଯେ ଦେବତାଙ୍କ ସମ୍ପର୍କିତ କାହାଣୀ ପିଢୀ ପରେ ପିଢୀ ବିଭିନ୍ନ ରୂପେ ଶୁଣାଯାଇ ଆସୁଛି ଓ ଆନିମେସନ ପିଲାଙ୍କ ଲାଗି ତିଆରି ହୋଇଛି।

ଏଥିର ଓଡିଶା ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଫିଲ୍ମକୁ ଦିଆଯାଇଥିବା ପ୍ରମାଣପତ୍ର ସମ୍ବଦ୍ଧିତ ଆଇନ ସଂଶୋଧନ ଯୋଗ୍ୟ। ଏହା ଛଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଓଡିଶା ସରକାର ସମୀକ୍ଷା ଦାବି କରିଛନ୍ତି। ଆଚାର୍ଯ୍ୟ କୋର୍ଟଙ୍କୁ ସୂଚିତ କରିଛନ୍ତି ଯେ ଧାର୍ମିକ ନେତା, ମନ୍ଦିର ପ୍ରତିନିଧି, ସରକାରୀ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ନିମନ୍ତେ ଫିଲ୍ମର ବିଶେଷ ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ତେବେ ଶ୍ରୀ ଜଗନ୍ନାଥଙ୍କ ଆନିମେଟେଡ ଚିତ୍ରଣ ଓ ଧାର୍ମିକ ଗ୍ରନ୍ଥ ସହିତ ଏହାର ଅସଙ୍ଗତିକୁ ନେଇ ଆପତ୍ତି କରାଯାଇଥିଲା।

ଆଚାର୍ଯ୍ୟ କହିଛନ୍ତି ଯେ ଆମେ ଫିଲ୍ମ ମୁକ୍ତି ଲାଭକୁ ବିରୋଧ କରୁ ନାହୁଁ। ତେବେ ସରକାରଙ୍କୁ ତାଙ୍କର ସଂଶୋଧନାତ୍ମକ ଅଧିକାର ଅନୁସାରେ ସ୍ୱାଧୀନ ରୂପେ ବିଚାର କରିବାକୁ ଦିଆଯାଉ। ହେଲେ ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ କୋର୍ଟ କଳାତ୍ମକ ବିକଳ୍ପ ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ। ତେବେ ଆମେ ଏକ ଆଦେଶ ଗୃହୀତ କରିଛୁ , ଯଦି କିଛି ସମ୍ବେଦନଶୀଳତା ପ୍ରଭାବିତ ହେଉଛି ତେବେ ଏହାର ନିର୍ଦ୍ଦେଶକ ନିଷ୍ପତ୍ତି ନେବେ, କୋର୍ଟ ନୁହନ୍ତି। ଅପରପଟେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଅଧିବକ୍ତା ଦେବଦତ୍ତ କାମତ କହିଛନ୍ତି ଯେ ଫିଲ୍ମରେ କିଛି ବି ଅପମାନଜନକ ନାହିଁ। ସେ ମନ୍ଦିର କମିଟି ବୈଠକ ମିନିଟ୍ ର ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଆନିମେଟେଡ ଫିଲ୍ମକୁ ପ୍ରଶଂସନୀୟ ଉଦ୍ୟମ ବୋଲି କୁହାଯାଇଛି।

ଏଥିରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଆର. ମହାଦେବନ ପରାମର୍ଶ ଦେଇ କହିଛନ୍ତି ଯଦି କୌଣସି ଚିନ୍ତା ରହେ ତେବେ ଏଥିରେ ସୁଧାର ପାଇଁ ଫିଲ୍ମ ନିର୍ମାତା ବିଚାର କରିପାରିବେ। ଜଷ୍ଟିସ୍ ନାଗରତ୍ନା ଫିଲ୍ମ ନିର୍ମାତାଙ୍କୁ କହିଛନ୍ତି ଯେ ଯଦି ତାଙ୍କ ଅନ୍ତରାତ୍ମାକ ଫିଲ୍ମର କୌଣସି ଅଂଶକୁ ହଟାଇବାକୁ ପରାମର୍ଶ ଦିଏ ତେବେ ସେ ସ୍ୱେଚ୍ଛାରେ ଏପରି କରିପାରନ୍ତି। ତେବେ ପୀଠ କହିଛନ୍ତି ଯେ ‘ଆଦେଶ ସଂଶୋଧନ ପାଇଁ ଆମ୍ଭେ ଇଛୁକ ନୁହଁ’ଏବଂ ଓଡିଶା ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।